www.samajalive.in
Sunday, December 14, 2025
23.1 C
Bhubaneswar

ଅମିରଙ୍କ ସ୍ବପ୍ନ ପୂରଣ

ମୁମ୍ବଇ: ଶ୍ରୀମାନ୍ ପରଫେକ୍ସନିଷ୍ଟ ନିଜ ଆଗାମୀ ଚଳଚ୍ଚିତ୍ର ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’କୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି। ଆଦିତ୍ୟ ଚୋପ୍ରା ପ୍ରଯୋଜନାରେ ନିର୍ମିତ ଏଇ ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣ ହେଲେ ବିଗ୍ ବି ଅମିତାଭ ବଚ୍ଚନ। ଗତ ସପ୍ତାହରେ ଚଳଚ୍ଚିତ୍ରର ମୋସନ୍ ପୋଷ୍ଟର ମୁକ୍ତିଲାଭ ହୋଇସାରିଛି। ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅମିତାଭ ବଚ୍ଚନ-ଖୁଦାବକ୍ସ, ଅମିର ଖାନ୍-ପିରିଙ୍ଗି ମଲ୍ଲାହ, କ୍ୟାଟ୍ରିନା କେଫ୍-ସୁରୈୟା, ଫତିମା ସନା-ଜାଫିର୍ ଭୂମିକାରେ ଅବତୀର୍ଣ୍ଣ। ଅନ୍ୟପାଖେ ଏହାର ଟ୍ରେଲର ସେପ୍ଟେମ୍ବର ୨୭ରେ ସର୍ବଭାରତୀୟସ୍ତରରେ ମୁକ୍ତିଲାଭ ହେବାର ଯୋଜନା ରହିଛି। ଅମିର ଚଳଚ୍ଚିତ୍ର ସମ୍ପର୍କରେ ଗଣମାଧ୍ୟମକୁ ଅବଗତ କରାଉଥିବାବେଳେ ତାଙ୍କ ସ୍ବପ୍ନ ପୂରଣ ହୋଇଛି ବୋଲି କହିଥିଲେ। ବିଗ୍ ବିଙ୍କ ସହ ପ୍ରଥମଥର ପରଦା ଉପରେ ତାଙ୍କ ଯୋଡ଼ି ଦର୍ଶକ ଦେଖିବେ। ସେ କେବଳ ଏସବୁ ସ୍ବପ୍ନ ଦେଖୁଥିଲେ, ଏଣୁ ବାସ୍ତବ ରୂପ ଘଟଣା ନେବା ତାଙ୍କ ପାଇଁ କୌଣସି ସୌଭାଗ୍ୟଠାରୁ କମ୍ ନୁହେଁ। ଅମିର ଓ ପୂରା ଟିମ୍‌ର ଉଚ୍ଛ୍ବସ୍ବିତ ପ୍ରଶଂସାରେ ଅମିତାଭ କହିଛନ୍ତି, ମୋ ପାଇଁ ଏହା ସବୁଠୁ ବଡ଼ ସୌଭାଗ୍ୟ ଯେ ପ୍ରଶଂସକ ​‌େ​‌ମାତେ ୭୫ ବର୍ଷ ବୟସରେ ମଧ୍ୟ ଖୋଜୁଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories