www.samajalive.in
Saturday, December 13, 2025
27.1 C
Bhubaneswar

ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‍ ପଡ଼ିଲେ ଗ୍ରାମବାସୀ

ମୁଖିଗୁଡ଼ା : ପିଇଓଙ୍କ ଦାୟିତ୍ୱହୀନତାରୁ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‍ ପଡ଼ିଥିବା ନେଇ ବାଣ୍ଡିଗାଁ ପଞ୍ଚାୟତ ବାସୀ ବୁଧବାର କଳାହାଣ୍ଡି ଅତିରିକ୍ତ ଜିଲ୍ଳାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗରୁ ପ୍ରକାଶ ଯେ ଜୟପାଟଣା ବ୍ଳକ ଅନ୍ତର୍ଗତ ବାଣ୍ଡିଗାଁ ଗ୍ରାମ ପଞ୍ଚାୟତର କାର୍ଯ୍ୟରତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନାଗାର୍ଜୁନ ବାଗ ଖାଦ୍ୟ ସୁରକ୍ଷା ଯୋଜନା ସମ୍ପର୍କୀତ ଦରଖାସ୍ତ ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ଳକ୍‍ କାର୍ଯ୍ୟାଳୟକୁ ନପଠାଇ ଘରେ ରଖି ଦେଇଥିବା ଯୋଗୁଁ ୫୦ ରୁ ଅଧିକା ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‍ ପଡ଼ିଛନ୍ତି। ଏନେଇ ଜୟପାଟଣା ବ୍ଳକ୍‍ କାର୍ଯ୍ୟାଳୟରେ ଅଭିଯୋଗ କରିବା ସହ ଅତିରିକ୍ତ ଜିଲ୍ଳାପାଳଙ୍କ ଠାରେ ଅଭିଯୋଗ କରିଥିବା ଜଣାଯାଇଛି। ଦରଖାସ୍ତ ଗ୍ରହଣ ଅନ୍ତିମ ତାରିଖ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ରହିଥିବା ବେଳେ ପି.ଇ.ଓ. ଗତ ମଙ୍ଗଳବାର ଦିନ ବାଣ୍ଡିଗାଁ ପଞ୍ଚାୟତ ୨୩୫ଟି ଦରଖାସ୍ତ ଯୋଗାଣ ନିରୀକ୍ଷକଙ୍କୁ ଦେଇଥିଲେ। ଫଳରେ ୫୦ରୁ ଅଧିକ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‍ ପଡ଼ିଥିବା ଅଭିଯୋଗ ଆଣିଛନ୍ତି।

Hot this week

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

Related Articles

Popular Categories