www.samajalive.in
Sunday, December 14, 2025
16.1 C
Bhubaneswar

ହାଇଡ୍ରୋଜେନ ଚାଳିତ କାରରେ ସଂସଦକୁ ଆସିଲେ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ

ନୂଆଦିଲ୍ଲୀ: ଆଜି ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସଂସଦକୁ ଏକ ପ୍ରଦୂଷଣମୁକ୍ତ ହାଇଡ୍ରୋଜେନ ଚାଳିତ
କାରରେ ଆସିଥିଲେ। ଏହି କାର୍‍ର ନାମ ‘ମିରାଇ’। ଜାପାନୀ ଭାଷାରେ ଏହାର ଅର୍ଥ ହେଉଛି ‘ଭବିଷ୍ୟତ’। ଏ ସମ୍ପର୍କରେ ଶ୍ରୀ ଗଡ଼କରୀ କହିଛନ୍ତି ଜଳରୁ ପ୍ରସ୍ତୁତ କରାଯାଇ ପାରୁଥିବା ପ୍ରଦୂଷଣମୁକ୍ତ ହାଇଡ୍ରୋଜେନ୍‍ ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଉପଯୋଗୀ ହେବ।

ସେ କହିଛନ୍ତି ଏହି କାର୍‍ ଏକ ମୁଖ୍ୟ ପ୍ରକଳ୍ପ ହୋଇଛି। ମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ଦେଶରେ ପ୍ରଦୂଷଣମୁକ୍ତ ହାଇଡ୍ରୋଜେନର ଉତ୍ପାଦନ ଆରମ୍ଭ ହୋଇଛି ଓ ଧୀରେଧୀରେ ଏହାର ଆମଦାନୀ ହ୍ରାସ କରାଯିବ। କେନ୍ଦ୍ର ସରକାର ୩ ହଜାର କୋଟି ଟଙ୍କା ସମ୍ବଳିତ ମିଶନକୁ ଆରମ୍ଭ କରିଛନ୍ତି ଓ ଖୁବ୍‍ଶୀଘ୍ର ଭାରତ ହାଇଡ୍ରୋଜେନ ରପ୍ତାନୀ କରିବ ବୋଲି ସେ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories