www.samajalive.in
Sunday, December 14, 2025
15.1 C
Bhubaneswar

ପଞ୍ଚମ ବିମଷ୍ଟେକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଞ୍ଚମ ବିମଷ୍ଟେକ ସମ୍ମିଳନୀରେ ଆଭାସି ମାଧ୍ୟମରେ ଅଂଶ ଗ୍ରହଣ କରିଛନ୍ତି।ବର୍ତ୍ତମାନ ଶ୍ରୀଲଙ୍କା ବିମଷ୍ଟେକର ଅଧ୍ୟକ୍ଷ ରହିଛି। ପଞ୍ଚମ ବିମଷ୍ଟେକ ଶିଖର ସମ୍ମିଳନୀ ଆରମ୍ଭ ପୂର୍ବରୁ ବରିଷ୍ଠ ଅଧିକାରୀ ଓ ବିଦେଶ ମନ୍ତ୍ରୀସ୍ତରୀୟ ବୈଠକ ଗତ ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ହାଇବ୍ରିଡ ମୋଡରେ କଲମ୍ବୋଠାରେ ଅନୁଷ୍ଠିତ ହୋଇଥିଲା।ଶିଖର ସମ୍ମିଳନୀର ବାର୍ତ୍ତାଥିଲା “ଏକ ନମନୀୟ ଅଞ୍ଚଳ ଅଭିମୁଖେ, ସମୃଦ୍ଧ ଅର୍ଥନୀତି ଓ ସୁସ୍ଥ ଜନସାଧାରଣ”।

ଶିଖର ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିମଷ୍ଟେକ ସନନ୍ଦର ରାଜିନାମା ଯେଉଁଥିରେ ବଙ୍ଗୋପସାଗର ଉପରେ ନିର୍ଭରଶୀଳ ତଟବର୍ତ୍ତୀ ଦେଶଗୁଡିକର ସହଯୋଗ ଭିତ୍ତିରେ କାର୍ଯ୍ୟକ୍ରମ ଗ୍ରହଣ। ଶିଖର ବୈଠକ ବିମଷ୍ଟେକ ସଦସ୍ୟ ରାଷ୍ଟ୍ରଗୁଡିକ ମଧ୍ୟରେ ପାରସ୍ପାରିକ ସହଯୋଗ ନେଇ ଉଲ୍ଲେଖନୀୟ ପ୍ରଗତି ଘଟିଛି। ପରିବହନ ସଂଯୋଗ ପାଇଁ ଦେଶମାନଙ୍କ ମାଷ୍ଟର ପ୍ଲାନ ଓ ଭବିଷ୍ୟତ ମାର୍ଗଦର୍ଶିକା ନେଇ ମଧ୍ୟ ଆଲୋଚନା ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ବିମଷ୍ଟେକ କ୍ରମବର୍ଦ୍ଧିଷ୍ଣୁ ଆଞ୍ଚଳିକ ଯୋଗାଯୋଗ ଓ ସୁରକ୍ଷା ବ୍ୟତୀତ ଅନେକ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସହଯୋଗୀ ନେତୃବୃନ୍ଦଙ୍କୁ ବଙ୍ଗୋପସାଗରକୁ ସଂଯୋଗର ସେତୁ, ସମୃଦ୍ଧି ଓ ସୁରକ୍ଷା ପ୍ରାଚୀରରେ ରୂପାନ୍ତରିତ କରିବାକୁ ଆହ୍ୱାନ ଦେଇଛନ୍ତି।

- Advertisement -

ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ସହଯୋଗ ଉପରେ ଆଧାରିତ ତିନୋଟି ବିମଷ୍ଟେକ ରାଜିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି। ସେଗୁଡିକ ହେଉଛି ଫୌଜଦାରୀ ବ୍ୟାପାରରେ ପାରସ୍ପରିକ ଆଇନ ସହାୟତା ନେଇ ବିମଷ୍ଟେକ ଅଧିବେଶନ, କୂଟନୀତିକ ତାଲିମ ନେଇ ପାରସ୍ପରିକ ସହଯୋଗ ସମ୍ପର୍କିତ ବିମଷ୍ଟେକ ବୁଝାମଣାପତ୍ର ଓ ବିମଷ୍ଟେକ ବୈଷୟିକ ଜ୍ଞାନ ବିନିମୟ ସଂକ୍ରାନ୍ତ ବୁଝାମଣା ପତ୍ର।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories