www.samajalive.in
Sunday, December 14, 2025
19.1 C
Bhubaneswar

ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ସରକାରୀ ବାବୁ

ଭୁବନେଶ୍ବର: ପୁଣି ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ସରକାରୀ ବାବୁ । ନୟାଗଡ଼ ଜିଲ୍ଳା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରୁଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରୁଥିବା ବେଳେ ଏକକାଳୀନ ୬ଟି ସ୍ଥାନରେ ତନାଘନା କରାଯାଉଛି । ମିଳିଥିବା ସୂଚନା ଅନୁସାରେ  ନୟାଗଡ଼ କାର୍ଯ୍ୟାଳୟ ସମେତ ବାସଭବନରେ ଭିଜିଲାନ୍ସ ଟିମ୍‌ ଯାଞ୍ଚ କରୁଛନ୍ତି । ଭୁବନେଶ୍ବର ଓ କଟକରେ ମଧ୍ୟ ଭିଜିଲାନ୍ସ ଟିମ୍‌ ତନାଘନା କରୁଛି । ଏହି ଚଢ଼ାଉରେ ୫ଜଣ ଡିଏସପି ଓ ୫ଜଣ ଇନିସପେକ୍ଟର ନିୟୋଜିତ ଥିବା ସୂଚନା ମିଳିଛି । ଯନ୍ତ୍ରୀ ଗୋବିନ୍ଦ ସାହୁ ଗ୍ରାମ୍ୟ ଉନ୍ନୟନ ବିଭାଗରେ କର୍ଯ୍ୟରତ ଅଛନ୍ତି । ତେବେ ଏଯାଏ ତାଙ୍କର କେତେ ସମ୍ପତ୍ତି ରହିଛି ତାହା ଜଣାପଡ଼ିନାହିଁ ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories