www.samajalive.in
Monday, December 15, 2025
14.1 C
Bhubaneswar

ଟଳମଳ ଇମ୍ରାନଙ୍କ ଆସନ, ଏକଜୁଟ ହେଉଛନ୍ତି ବିରୋଧୀ

ନୂଆଦିଲ୍ଲୀ: ବଢୁଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଅଡ଼ୁଆ । ଧୀରେ ଧୀରେ ଇମ୍ରାନଙ୍କ ବିପକ୍ଷରେ ବିରୋଧୀ ମାନେ ଏକଜୁଟ ହେଉଛନ୍ତି । ସହଯୋଗୀ ମାନେ ଇମ୍ରାନଙ୍କ ହାତ ଛାଡ଼ି ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ସହ ହାତ ମେଳାଉଥିବା ଦେଖିବାକୁ ମିଳିଲାଣି । ଗତକାଲି ଏମକ୍ୟୁଏମ୍‌ ବିରୋଧୀ ପିପିପି ସହ ହାତ ମିଳାଇଛି । ଯାହା ଦ୍ବାରା ଇମ୍ରାନଙ୍କ ସରକାର ସଙ୍କଟରେ ପଡ଼ିଛି । ସରକାର ବଞ୍ଚାଇବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସଦସ୍ୟଙ୍କ ସମର୍ଥନ ଅଭାବ ପଡ଼ୁଥିବା ଦେଖାଗଲାଣି । ଖାଲି ସେତିକି ନୁ​‌ହେଁ ଇମ୍ରାନଙ୍କ ପାର୍ଟି ପିଟିଆଇ ସପକ୍ଷରେ ରହିଛି ୧୬୪ ସଦସ୍ୟଙ୍କ ସମର୍ଥନ । ହେଲେ ସରକାର ରକ୍ଷା କରିବାକୁ ୧୭୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ରହିଛି । ଯାହାକି ଇମ୍ରାନଙ୍କ ପାଇଁ ବଡ଼ ସଙ୍କଟ ଆଣିଦେଇଛି ।

ବର୍ତ୍ତମାନ ସରକାର ବଞ୍ଚାଇବାକୁ ଇମ୍ରାନଙ୍କୁ ଆଉ ୮ଜଣ ସଦସ୍ୟଙ୍କ ଆବଶ୍ୟକତା ରହିଛି । ସଦସ୍ୟତା ଅଭାବକୁ ନେଇ ଇମ୍ରାନଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ସେପଟେ ପିପିପିରେ ଏମକ୍ୟୁଏମ୍‌ ଯୋଗ ଦୋବା ପରେ ବଢ଼ିଛି ବିରୋଧୀଙ୍କ ବଳ । ବିରୋଧୀଙ୍କ ମେଣ୍ଟର ସଦସ୍ୟଙ୍କ ସଂଖ୍ୟା ୧୭୭କୁ ବୃଦ୍ଧି ପାଇଛି । ୩୧ ତାରିଖରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ସମ୍ଭାବନା ରହିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories