ପେଟ୍ରୋଲ, ଡିଜେଲ ଦରରେ ନିଆଁ
ଭୁବନେଶ୍ୱର, : କ୍ରମାଗତ ଭାବେ ୫ଦିନ ହେଲା ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି। ଦେଶର ପ୍ରାୟ ସହରରେ ପେଟ୍ରୋଲ ଓ ଡିଜେଲ ଦର ୧୦୦ରୁ ଊର୍ଦ୍ଧ୍ବ ଟଙ୍କାରେ ବିକ୍ରୟ ହେଉଛି। ଆଜି ପୁଣି ରାଷ୍ଟ୍ରାୟତ୍ତ ତୈଳ ସଂସ୍ଥାଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିଛନ୍ତି। ଭୁବନେଶ୍ବରରେ ପେଟ୍ରୋଲ ଉପରେ ୩୨ ପଇସା ଏବଂ ଡିଜେଲ ଉପରେ ୭୪ ପଇସା ବଢ଼ିଛି। ବର୍ଦ୍ଧିତ ଦର ଲାଗୁ ହେବାରୁ ରାଜଧାନୀରେ ପେଟ୍ରୋଲ ଲିଟର ପିଛା ଦର ୧୦୭.୧୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ଦର ୯୬.୮୩ ଟଙ୍କାରେ ପହଞ୍ଚିଛି।
କଟକରେ ପେଟ୍ରୋଲ ଲିଟର ଦାମ୍ ୧୦୭.୨ ଟଙ୍କା ଏବଂ ଡିଜେଲ ଲିଟର ଦାମ୍ ୯୬.୮୦ ଟଙ୍କା ରହିଛି। ଅନୁଗୋଳରେ ପେଟ୍ରୋଲ ଲିଟର ପିଛା ଦର ୧୦୮.୬୪ ଟଙ୍କା ଏବଂ ଡିଜେଲ ଲିଟର ପିଛା ଦର ୯୮.୩୭ ଟଙ୍କାକୁ ବୃଦ୍ଧି ପାଇଛି। କୋରାପୁଟରେ ପେଟ୍ରୋଲ ଲିଟର ମୂଲ୍ୟ ୧୦୧.୧୭ ଟଙ୍କା ଏବଂ ଡିଜେଲ ଲିଟର ମୂଲ୍ୟ ୧୧୧.୫୩ ଟଙ୍କାରେ ଗ୍ରାହକଙ୍କୁ ବିକ୍ରୟ କରାଯାଉଛି। ସୁନ୍ଦରଗଡ଼ରେ ପେଟ୍ରୋଲ ଲିଟର ଦର ୧୦୭.୧ ଟଙ୍କା ଏବଂ ଡିଜେଲ ଲିଟର ଦର ୯୬.୮୨ଟଙ୍କା ଛୁଇଁଥିବା ବେଳେ ନବରଙ୍ଗପୁରରେ ପେଟ୍ରୋଲ ଲିଟର ଦାମ୍ ୧୧୧.୮୮ ଟଙ୍କା ଏବଂ ଡିଜେଲ ଲିଟର ଦାମ୍ ୧୦୧.୫୦ ଟଙ୍କାରେ ପହଞ୍ଚିଛି।
Comments are closed.