ଭାରତ ଶୁଣିଲାନି ଆମେରିକା ପରାମର୍ଶ; ରୁଷ ଠାରୁ କିଣିବ ବହୁମାତ୍ରାରେ କୋଇଲା
ନୂଆଦିଲ୍ଲୀ: ରୁଷ ୟୁକ୍ରେନ୍ ମଧ୍ୟରେ ଲାଗି ରହିଛି ଯୁଦ୍ଧ । ଆଉ ଯୁଦ୍ଧକୁ ନେଇ ରୁଷ ଉପରେ ଆମେରିକା ସହ ପଶ୍ଚାତ୍ୟ ଦେଶଗୁଡ଼ିକ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି । ହେଲେ ଏହାକୁ ନେଇ ଭାରତ ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି । ରୁଷ ସହିତ ବ୍ୟବସାୟିକ ସମ୍ପର୍କ ଜାରି ରହିରଖିବା ନେଇ କହିଛି ଭାରତ । ବର୍ତ୍ତମାନ ସମୟରେ ରୁଷିଆ ଠାରୁ ଭାରତ କୋଇଲା ଆମଦାନୀ ଦ୍ବିଗୁଣିତ କରିବ ବୋଲି ଘୋଷଣା କରିଛି । ଏନେଇ ରବିବାର ଦିନ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି, ରୁଷ ଠାରୁ କୋଇଲା ଆମଦାନି କରିବାକୁ ଭାରତ ଯୋଜନା କରୁଛି । ରୁଷ ଠାରୁ ୪.୫ ମିଲିୟନ ଟନ୍ କୋଇଲା ଭାରତ ଆମଦାନୀ କରିଛି । ଏହି କୋଇଲା ବିଦ୍ୟୁତ୍ ଉତ୍ପାଦନ ସହ ଇସ୍ପାତ ଉତ୍ପାନ କରିବାରେ ସହାଯ୍ୟ ହୋଇଥାଏ । ପୂର୍ବରୁ ଆମେରିକା ରୁଷ ସହ ବ୍ୟବସାୟୀକ ସମ୍ପର୍କ ନରଖିବାକୁ ଭାରତକୁ ପରାମର୍ଶ ଦେଇଥିଲା । ହେଲେ ଭାରତ ପୁରୁଣା ବ୍ୟବସାୟିକ ସମ୍ପର୍କ ନଛାଡ଼ିକୁ ସ୍ଥିର କରିଥିବା ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ ରୁଷ ଭାରତକୁ ରିହାତି ମୂଲ୍ୟରେ ଅଶୋଧିତ ତୈଳ ମଧ୍ୟ ଯୋଗାଇବାକୁ କହିଛି ।
Comments are closed.