www.samajalive.in
Sunday, December 14, 2025
19.1 C
Bhubaneswar

କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ, ଟ୍ରେଡ ୟୁନିୟନର ଦୁଇଦିନିଆ ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଟ୍ରେଡ୍‌ ୟୁନିୟନ୍‌ ଆସନ୍ତାକାଲିଠାରୁ ଦୁଇଦିନ ପର୍ଯ୍ୟନ୍ତ ଭାରତ ବନ୍ଦ ଡାକରା ଦିଆଯାଇଛି। ମାର୍ଚ୍ଚ ୨୮ ଓ ୨୯ରେ ଭାରତ ବନ୍ଦକୁ ସଫଳ କରିବା ପାଇଁ ଟ୍ରେଡ ୟୁନିନୟନ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଦୁଇ ଦିନିଆ ଭାରତ ବନ୍ଦ ଆନ୍ଦୋଳନରେ ବ୍ୟାଙ୍କ ୟୁନିୟନ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଥିବା ସୂଚନା ଦିଆଯାଇଛି।
କେନ୍ଦ୍ର ସରକାରଙ୍କ କୃଷକ ମାରଣ, ଜନ ବିରୋଧୀ ଓ ରାଷ୍ଟ୍ର ବିରୋଧୀ ନୀତି, ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଅହେତୁକ ଦରବୃଦ୍ଧି, ଇପିଏଫଧାରୀଙ୍କୁ ଜମା ଉପରେ ସୁଧହାର ହ୍ରାସ ବିରୋଧରେ ଭାରତ ବନ୍ଦ ଡାକରା ଦିଆଯାଇଛି ବୋଲି ଟ୍ରେଡ ୟୁନିୟନମାନଙ୍କ ପକ୍ଷରୁ କୁହାଯାଇଛି।
କେନ୍ଦ୍ର ସରକାର ଯେଉଁଭଳି ଭାବେ ନୂତନ ଶ୍ରମକୋଡ୍‌ ଲାଗୁ କରି ସାଧାରଣ ଶ୍ରମିକମାନଙ୍କୁ ଶୋଷଣ କରିବାକୁ ଚେଷ୍ଟା କରିଛନ୍ତି ତାହାର ଦୃଢ଼ ପ୍ରତିବାଦ କରିଛି ଟ୍ରେଡ ୟୁନିୟନ। ବିଶେଷ ଭାବେ ଏହା ବିରୋଧରେ ଏହି ଆନ୍ଦୋଳନ ମୁଣ୍ଡ ଟେକିଛି ବୋଲି ଟ୍ରେଡ ୟୁନିୟନ ନେତାମାନେ କହିଛନ୍ତି। ଆନ୍ଦୋଳନକୁ ନିର୍ମାଣ ଶ୍ରମିକ, ବିଜୁଳି କର୍ମଚାରୀ, ଟ୍ରାନ୍ସପୋର୍ଟ କର୍ମଚାରୀ ସଂଘଗୁଡିକ ସମର୍ଥନ ଜଣାଇଛନ୍ତି।

ଏହାସହ ବ୍ୟାଙ୍କ ଓ ବୀମା ସହିତ ଜଡିତ କର୍ମଚାରୀ ସଂଘ, କୋଇଲା, ଇସ୍ପାତ, ତୈଳ, ଡାକ କର୍ମଚାରୀ ସଂଘ, ଦୂରସଂଚାର କର୍ମଚାରୀ ସଂଘ, ଆୟକର ବିଭାଗ କର୍ମଚାରୀ ସଂଘଗୁଡିକ ମଧ୍ୟ ଆନ୍ଦୋଳନକୁ ସମର୍ଥନ ଜଣାଇ ଦୁଇ ଦିନିଆ ଭାରତ ବନ୍ଦରେ ସାମିଲ ହେବାକୁ ନିଷ୍ପତ୍ତି ଜଣାଇଛନ୍ତି। ଭାରତ ବନ୍ଦ ହେବା ଦ୍ବାରା ଭାରତୀୟ ଷ୍ଟେଟ ବ୍ୟାଙ୍କ ମାର୍ଚ୍ଚ ୨୮-୨୯ରେ ବ୍ୟାଙ୍କ ସେବା ପ୍ରଭାବିତ ରହିବ ବୋଲି ନିଜ ଗ୍ରାହକଙ୍କୁ ସୂଚନା ଦେଇଛି।
ସେପଟେ ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାରମାନେ କଡା ସୁରକ୍ଷା ବ୍ୟବସ୍ଥା କରିଛନ୍ତି। ଆନ୍ଦୋଳନ ବେଳେ ହିଂସାକୁ ରୋକିବା, ଶାନ୍ତିପୂର୍ଣ୍ଣ ଭାବେ ଭାରତ ବନ୍ଦରେ ସାମିଲ ଥିବା ଲୋକ ଯେପରି ଆନ୍ଦୋଳନ କରିପାରିବେ ତାହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି। କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ ଓ ଏହାର ପ୍ରତିବାଦରେ ଭାରତ ବନ୍ଦ ନେଇ ଆଜି ଦିଲ୍ଲୀରେ ଟ୍ରେଡ ୟୁନିୟନମାନଙ୍କ ତରଫରୁ ଏକ ବୈଠକ କରାଯାଇ ଆନ୍ଦୋଳନର ରୂପରେଖ ପ୍ରସ୍ତୁତ କରାଯାଇଛି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories