www.samajalive.in
Sunday, December 14, 2025
16.1 C
Bhubaneswar

ସାତଶଙ୍ଖରେ ଦୋକାନ ଉପରକୁ ବୋମାମାଡ ଅଭିଯୋଗ

ପିପିଲି:ପିପିଲି ଥାନା ଅନ୍ତର୍ଗତ ସାତଶଙ୍ଖ ବଜାର ନିକଟବର୍ତ୍ତୀ ସୁବଳପୁର ଗ୍ରାମ୍ୟଛକ ଠାରେ ଥିବା ଗଙ୍ଗାଧର ବିଶ୍ୱାଳଙ୍କ ଦୋକାନ ଉପରକୁ ରବିବାର ଅପରାହ୍ନରେ ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ କେହି ମୃତାହତ ହୋଇନଥିବା ବେଳେ ଦୋକାନରେ ଥିବା କେତେକ ସାମଗ୍ରୀ ନଷ୍ଟ ହୋଇଯାଇଛି। ପୂର୍ବ ବିବାଦକୁ ନେଇ ଏହି ଘଟଣା ଘଟିଥିବାର ସୂଚନା ମିଳିଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ଅଭିଯୋଗ ଅନୁଯାୟୀ, ସାତଶଙ୍ଖ ଫାଣ୍ଡି ଅନ୍ତର୍ଗତ ସୁବଳପୁର କଲୋନୀର ବାସିନ୍ଦା ଗଙ୍ଗାଧର ବିଶ୍ୱାଳଙ୍କ ପୁତୁରା ସହ ଅନ୍ୟ ଜଣେ ଯୁବକର ଗତକାଲି ସଂନ୍ଧ୍ୟାରେ କୌଣସି କଥାକୁ ନେଇ ଗଣ୍ଡଗୋଳ ଘଟିଥିଲା। ରବିବାର ଅପରାହ୍ନ ୨ଟା ୨୦ ମିନିଟ୍‍ ସମୟରେ ଗଙ୍ଗାଧର ଦୋକାନରେ ନଥିବା ବେଳେ ଉକ୍ତ ଯୁବକ ଜଣକ ସେଠାକୁ ଆସି ଦୋକାନକୁ ଲକ୍ଷ୍ୟ କରି ୩ଟି ସୁତୁଲି ବୋମା ପକାଇଥିବା ଅଭିଯୋଗ ହୋଇଛି। ଦୋକାନରେ ଥିବା ତାଙ୍କ ପତ୍ନୀ ଓ ଶିଶୁପୁତ୍ର ଜୀବନ ବିକଳରେ ଦୋକାନ ଛାଡି ପଳାଇଥିଲେ। ଖବର ପାଇ ସାତଶଙ୍ଖ ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ କୁମାର ଭୂୟାଁ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଚଳାଇଥିଲେ। ତେବେ ଏହା ବୋମା ନୁହେଁ ବାଣ ହୋଇଥାଇପାରେ ବୋଲି ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏନେଇ ପୁଲିସରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ସୂଚନା ମିଳିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories