www.samajalive.in
Monday, December 8, 2025
14.1 C
Bhubaneswar

ମୃତ୍ୟୁଞ୍ଜୟ ହତ୍ୟା ଘଟଣା ; ଗିରଫ ହେଲେ ପାଞ୍ଚ ହତ୍ୟା ଅଭିଯୁକ୍ତ

କୁଆଁପାଳ: କଟକ ଜିଲ୍ଲା ମାହାଙ୍ଗା ଥାନା ଭଦରେଶ୍ୱର ଫାଣ୍ଡି ଗୋପାଳ ପୁର ବେଗୁନିଆପଦା ଗ୍ରାମର ମୃତ୍ୟୁଞ୍ଜୟ ଦାସ ହତ୍ୟା ଘଟଣାରେ ପାଞ୍ଚ ଅଭିଯୁକ୍ତକୁ ଭଦରେଶ୍ୱର ଫାଣ୍ଡି ପୁଲିସ ଗିରଫ କରିଛି। ମୋଟ ଆଠ ଜଣଙ୍କ ନାମରେ ଅଭିଯୋଗ ହୋଇଥିବା ବେଳେ ଏବେ ମଧ୍ୟ ୩ ଜଣ ଫେରାର ରହିଛନ୍ତି। ପାରାଦୀପ ଓ କେନ୍ଦ୍ରାପଡା ଅଂଚଳରୁ ସମସ୍ତ ଅଭିଯୁକ୍ତକୁ ଗିରଫ କରାଯାଇଛି। ସୂଚନା ଯୋଗ୍ୟ,  ମୃତ୍ୟଞ୍ଜୟ ରାତିରେ ଦୋକାନକୁ ଯାଉଥିବାବେଳ ପୂର୍ବ ଶତ୍ରୁତାକୁ ନେଇ ଗତ ୯ଦିନ ପୂର୍ବେ ଗ୍ରାମ ମଝିରେ ଆଠ ଅଭିଯୁକ୍ତ ସଙ୍ଗବଦ୍ଧ ଭାବେ ଖଣ୍ଡା ଭୁଜାଲିରେ ଆକ୍ରମଣ କରିଥିଲେ । ମୃତ୍ୟଞ୍ଜୟ ଗୁରୁତର ହୋଇ ମେଡିକାଲରେ ମୃତ୍ୟୁବରଣ କରିଥିଲେ । ଅଭିଯୋଗ ପରେ ଭଦରେଶ୍ୱର ଫାଣ୍ଡି ଅଧିକାରୀ ତପନ ନାୟକ ତଦନ୍ତ ଚଳାଇ ଶେଷରେ କେନ୍ଦ୍ରାପଡ଼ା ଓ ପାରାଦୀପ ରୁ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories