www.samajalive.in
Saturday, December 6, 2025
26.1 C
Bhubaneswar

ମାହାଙ୍ଗାରେ ଗଡିଲା ଶିକ୍ଷା ସଚେତନତା ରଥ

କୁଆଁପାଳ; ସରକାରୀ ବିଦ୍ୟାଳୟ ଗୁଡିକରେ ପ୍ରଦାନ କରାଯାଉଥିବା ଶୈକ୍ଷିକ କାର୍ୟ୍ୟକ୍ରମ ବିଷୟରେ ଅବିଭାବକ ଓ ଜନସାଧାରଣଙ୍କୁ ଅବଗତ ସହିତ ସଚେତନ କରେଇବା ଓ ପିଲାମାନଙ୍କୁ ପ୍ରତିଦିନ ବିଦ୍ୟାଳୟକୁ ପାଠ ପଢିବାକୁ ଆସିବା ନିମନ୍ତେ ଅ।କୃଷ୍ଟ କରିବା ଉଦ୍ଦେଶ୍ୟରେ କଟକ ଜିଲ୍ଲା ମାହାଙ୍ଗା ମଣ୍ଡଳ ଶିକ୍ଷା ବିଭାଗ ପକ୍ଷରୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି ।
ମାହାଙ୍ଗା ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀ ଚକ୍ରଧର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଶୁଭାରମ୍ଭ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଦୀପା ମଲ୍ଲିକ ଯୋଗଦେଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଏହି କାର୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ଅଧ୍ୟକ୍ଷ ଶରତ କୁମାର ନାୟକ, ସ୍ଥାନୀୟ ଜଳେଶ୍ୱରପୁର ପଂଚାୟତ ସରପଞ୍ଚ ସୁଜାତା ମଲ୍ଲିକ ଓ ସମିତି ସଭ୍ୟା ଶ୍ରୀମତୀ ରେବତୀ ସେଠୀ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀ ସୋମନାଥ ରାମ, ସଞ୍ଜୁକ୍ତା କୁମାରୀ ଭୋଇ , ସୁଦର୍ଶନ ଲେଙ୍କା ,ପ୍ରଭାକର ରାଉତ, ରାଧାକାନ୍ତ ମହାନ୍ତି, ପ୍ରମୋଦ ବେହେରା, ମହମ୍ମଦ ସାଫି, ସୌମ୍ୟା ସଢଙ୍ଗୀ, ସ୍ମୃତି ରେଖା ମହାପାତ୍ର, ଆନନ୍ଦମୟୀ ବେଉରା, ପ୍ରହଲ୍ଲାଦ ସାମଲ, ସମାଜସେବୀ ଶ୍ରୀ ତ୍ରିନାଥ ଜେନା ଓ ସୁବାସ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ରଥ ବ୍ଲକ୍ ର ସମସ୍ତ ଗ୍ରାମ ଓ ବିଦ୍ୟାଳୟ ଗୁଡିକ ପରିକ୍ରମା କରି ସମସ୍ତଙ୍କୁ ଶିକ୍ଷା ସମ୍ବନ୍ଧୀୟ ବାର୍ତ୍ତା ପ୍ରଦାନ କରିବ ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories