www.samajalive.in
Saturday, December 6, 2025
26.1 C
Bhubaneswar

ବିଜେଡିରେ ଅଲୋଡ଼ା କି ଅନୁଭବ ? ଷ୍ଟାର ପ୍ରଚାରକ ତାଲିକାରେ ନାହିଁ ନାଁ

ଭୁବନେଶ୍ୱର: ବିଜେଡିରେ ଅଲୋଡ଼ା କି ଅନୁଭବ ? କୌଣସି ଦଳୀୟ କାର୍ଯ୍ୟରେ ଦିଶୁନି ଅନୁଭବଙ୍କ ମୁହଁ । ନିକଟରେ ପୌର ଓ ପଞ୍ଚାୟତ ନିର୍ବାଚନ ସରିଥିଲେ ମଧ୍ୟ ଅନୁଭବ ଦଳପାଇଁ କେଉଁଠିବି ପ୍ରଚାର କରିନାହାନ୍ତି । ହେଲେ ବର୍ତ୍ତମାନ ପୁଣି ବିଜେଡି ଅନୁଭବଙ୍କୁ କଣଠେସା କରିଛି । ବ୍ରଜରାଜନଗର ପାଇଁ ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଥିବା ବେଳେ ବିଜେଡି ଅନୁଭବଙ୍କା ନାଁ ତାଲିକାରୁ ଆଉଟ୍‌ କରି ଅରିନ୍ଦମଙ୍କୁ ଇନ୍ କରିଛି । ତାଲିକାର ଶୀର୍ଷ​‌ରେ ବିଜୁଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ରହିଛନ୍ତି । ଆଉ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଯାଜପୁର ବିଧାୟକ ତଥା ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ପରେ ପରେ ଦଳର ଅନ୍ୟ ମନ୍ତ୍ରୀ ଓ ବିଧାୟକ ମଧ୍ୟ ଏଥିରେ ସମିଲ ହୋଇଛନ୍ତି । ହେଲେ ତାଲିକାକୁ ଦେଖିଲେ ଅନୁଭବଙ୍କୁ ଦଳ କାହିଁ ​‌କେତେ ଦିନରୁ ଅଣଦେଖା କରୁଥିବା ସ୍ପଷ୍ଟ ହେଉଛି । ସବୁଠାରୁ ଆଶ୍ଚର୍ଯ୍ୟ କର କଥା ହେଉଛି ଅନୁଭବଙ୍କୁ ବି​‌ଜେଡି ସବୁଠି କଣଠେସା କରୁଥିବା ବେଳେ ଅଭିନେତା ଅରିନ୍ଦମଙ୍କୁ ଦଳ ପ୍ରାୟ ସମସ୍ତ କାର୍ଯ୍ୟରେ ସାମିଲ କରୁଛି । ନିକଟରେ ଅରନ୍ଦିମ ଦଳ ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇ ଥିଲେ । ବିଜେଡି ପାଇଁ ଭୋଟ୍‌ ମାଗୁଥିଲେ ଓଲିଉଡ ଷ୍ଟାର ଅରିନ୍ଦମ ।

- Advertisement -

ଏଠି ପ୍ରଶ୍ନ ଉଠୁଛି ଚିରାଚରିତ ଢଙ୍ଗରେ ସଂସଦରେ ନିଜର ମନ୍ତବ୍ୟ ଉପସ୍ଥାପନା କରୁଥିବା ଅନୁଭବଙ୍କୁ ଦଳ କାହିଁକି କେଉଁଥିରେ ସାମିଲ କରୁନାହିଁ ? କ’ଣ ପାରିବାରିକ ବିବାଦ ପାଇଁ ବିଜେଡି ଅନୁଭବଙ୍କ ହାତ ଛାଡୁଛି ? ନା କେନ୍ଦ୍ରାପଡ଼ାବାସୀ ଅନୁଭବଙ୍କ କାର୍ଯ୍ୟରେ ଖୁସିନଥିବାରୁ ବାଳୁଙ୍ଗା ଟୋକା ଆଡୁ ମୁହଁ ଫେରାଉଛି ବିଜେଡି ?

କାହିଁକି ଅନୁଭବଙ୍କ ଉପରେ ଭରସା ରଖୁନି ଦଳ ? କ’ଣ ଅନୁଭବଙ୍କ ସ୍ଥାନ ନେବେ କି ପତ୍ନୀ ବୀର୍ଷା ? କାରଣ ସେପଟେ ପତ୍ନୀ ବର୍ଷାଙ୍କୁ ବିଜେଡି ବିଭନ୍ନ କାର୍ଯ୍ୟକ୍ରମରେ ସାମିଲ କରିବା ସହ ଦଳ ପାଇଁ ପ୍ରଚାର କରିବାକୁ ନିର୍ବାଚନ ମୈଦାନକୁ ଓହ୍ଲାଉଥିବା ଦେଖିବାକୁ ମିଳିଛି ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories