www.samajalive.in
Monday, December 8, 2025
16.1 C
Bhubaneswar

ପଲିଥିନ ଓ ରିଲିଫ ଦାବିରେ ମାହାଙ୍ଗା ତହସିଲ ଅଫିସ ସମ୍ମୁଖ ମୁଖ୍ୟ ରାସ୍ତା ଅବରୋଧ କଲେ ବନ୍ୟା ବିପନ୍ନ 

କୁଆଁପାଳ  :  କଟକ ଜିଲ୍ଲା  ମାହାଙ୍ଗା ବ୍ଲକ ଜଳେଶ୍ୱରପୁର ପଂଚାୟତର ଗଙ୍ଗପୁରା କାଁହୁପୁର ଓ ଜଳେଶ୍ୱରପୁର ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ବହୁ ଲୋକ ଜଳବନ୍ଦୀ ହେବା ସହ ମାଟିକାନ୍ଥ ଭାଙ୍ଗି ଯାଇଛି । ବନ୍ୟା ବିପନ୍ନ ପାଣି ଘେରରେ ଥିବା ବେଳେ  ପ୍ରଶାସନ ପକ୍ଷରୁ ଦୁଇଦିନ ପରେ ମଧ୍ୟ ଶୁଖିଲା ଖାଦ୍ୟ କି ପଲିଥିନ ପ୍ରଦାନ କରାଯାଇନଥିବାରୁ ଗ୍ରାମବାସୀ ମାନେ ଆଜି ପୂର୍ବାହ୍ନରେ  ମାହାଙ୍ଗା ତହସିଲ ଛକ  ପୂର୍ତ୍ତ ରାସ୍ତା ଅବରୋଧ କରି ଧାରଣା ଦେଇଥିଲେ । ଜଳେଶ୍ୱରପୁର ମହାନ୍ତି ସାହି, କାଁହୁପୁର, ଗଙ୍ଗପୁରା, ପରିଡାପାଟଣା ଶୁଖୁଆ ବସ୍ତି, ସମେତ ବହୁ ଗାଁରେ ବନ୍ୟା ଜଳ ପ୍ରବେଶ କରିବାରୁ ଲୋକେ ବାହାରକୁ ଆସିପାରୁନାହାନ୍ତି, ତୁରନ୍ତ ସରକାରୀ ସାହାଯ୍ୟ ପ୍ରଦାନ କରିବାକୁ ଧାରଣା କାରୀମାନେ ଦାବି କରିଥିଲେ ।

ଘଟଣା ସ୍ଥଳରେ ମାହାଙ୍ଗା ପୁଲିସ ଓ ତହସିଲଦାର ମଧୁସୂଦନ ନାୟକ ପହଂଚି ଆସନ୍ତା ବୁଧବାର ଠାରୁ ତଦନ୍ତ କରାଯାଇ ସରକାରୀ ସାହାଯ୍ୟ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେବାପରେ ରାସ୍ତାରୁ ଅବରୋଧ ହଟିଥିଲା । ଲଗାଣ ବର୍ଷା ଯୋଗୁଁ ମାହାଙ୍ଗାର ଗୋବରୀ, ଶୁକ ନଦୀ ଓ ମଇଜୋରାର ବନ୍ୟା ଜଳ ସମଗ୍ର ମାହାଙ୍ଗା ଅଂଚଳକୁ ଗ୍ରାସ କରିଥିବାବେଳେ ପ୍ରାୟ ପଚସ୍ତରି ପ୍ରତିଶତ ଚାଷ ଜମି ଜଳମଗ୍ନ ହୋଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories