www.samajalive.in
Sunday, December 7, 2025
23.1 C
Bhubaneswar

ଲଇଡ଼ା ମହାବିଦ୍ୟାଳୟରେ ସହିଦ ଦିବସ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ଲଇଡ଼ାଠାରେ ଥିବା ଦୁତିକାସାହୁ ମହାବିଦ୍ୟାଳୟରେ ଆଜି ସହିଦ ଦିବସ ଏବଂ ଯୁବସଂସ୍କାର କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଏନଏସଏସ ବିଭାଗ ଏବଂ ଓଆରସି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ ଡ. ବସନ୍ତ କୁମାର ନାଏକ ସଭ।ପତିତ୍ୱ କରି ଯୁବ ସଂସ୍କାର ଓ ସହିଦ ଦିବସ ଉପରେ ଆଲୋକପାତ କରିଥିଲେ। ସଭାକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସହିଦମାନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ପ୍ରଶାନ୍ତ କୁମାର ପଟେଲ ସଭା ପରିଚାଳନା କରି ଯୁବସଂସ୍କାର କାର୍ୟ୍ୟକ୍ରମ ଉଦେଶ୍ୟ ଓ ଆଭିମୁଖ୍ୟ ସଂକ୍ରାନ୍ତରେ ସୂଚନା ଦେଇଥିଲେ।
ସହିଦ ଏ ଆଜମ୍ ଭଗତ ସିଂହ, ସହିଦ ସୁଖଦେବ ଥାପର, ସହିଦ ଶିଭରାମ ହରି ରାଜଗୁରୁଙ୍କ ସ୍ମୃତି ଚାରଣ କରିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀଙ୍କୁ ଏନ ଏସ ଏସ ପି ଓ ଅଧ୍ୟାପକ ବିଶ୍ୱନାଥ ପଟେଲ, ଯୁବସଂସ୍କାର କାର୍ୟ୍ୟକ୍ରମର ସଂଯୋଜକ ଅଧ୍ୟାପକ ଶ୍ରୀକାନ୍ତ ପଟେଲ, ଅଧ୍ୟାପକ ଜୟନାରାୟଣ
ଶତପଥୀ ଆହ୍ବାନ ଦେଇଥିଲେ।

ଏହି ଅବସରରେ ବରିଷ୍ଠ ଅଧ୍ୟାପକ ପ୍ରଫୁଲ୍ଲ ଭୋଇ, ଜିତେନ୍ଦ୍ର ପ୍ରସାଦ ସିଂହ, ଅଲେଖ ଦିବେଦୀ, ଅଶୋକ ପ୍ରଧାନ, କରୁଣା କର ନାଏକ, ଆଶୀଷ ପାଣିଗ୍ରାହୀ, ଭବାନୀ ସିଂହ, ଲେବ୍ରୋଟାରୀ ଆସିଷ୍ଟାଣ୍ଡ ପ୍ରବୀଣ ପାଣ୍ଡେ, ବରିଷ୍ଠ କିରାଣୀ ଜୟକୃଷ୍ଣ ପ୍ରଧାନଙ୍କ ସହ +୩ ଓ +୨ର ବିଜ୍ଞାନ, କଳାର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।କର୍ମଚାରୀ ବିଜୟ ସାହୁ, କୈଳାସ ବ୍ରିନେଦ, ନେପାଳ ମହାନନ୍ଦ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। ଶେଷରେ ଯୁବସଂସ୍କାର ପରିଚାଳନା କମିଟି ପକ୍ଷରୁ ଧନ୍ୟବାଦ ଦିଆଯାଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories