ଗୋପବନ୍ଧୁ ଚିକିତ୍ସାଳୟ ପରିଦର୍ଶନ କଲେ ଲୋକ ସେବକ ମଣ୍ଡଳର ବରିଷ୍ଠ ସଦସ୍ୟ ଦୀପକ ମାଲବ୍ୟ

ଗୁରୁଡିଝାଟିଆ, – ଲୋକ ସେବକ ମଣ୍ଡଳର ବରିଷ୍ଠ ସଦସ୍ୟ ଦୀପକ ମାଲବ୍ୟ ଗୋପବନ୍ଧୁ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିବା ଯେତିକି ମହତ୍ତ୍ୱପୂର୍ଣ୍ଣ , ଗୋପବନ୍ଧୁଙ୍କ ନାମରେ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିବା ସେତିକ ସୌଭାଗ୍ୟବାନର ବିଷୟ ବୋଲି ସେ କହିଛନ୍ତି । ଶିକ୍ଷା ପରିସମାପ୍ତିପରେ ଯେଉଁଠାରେ ବି ସେବା ଯୋଗାଇଲେ ମଧ୍ୟ ପ୍ରତିଷ୍ଠାନକୁ ହୃଦୟରେ ମନେରଖିବାକୁ ଶ୍ରୀ ମାଲବ୍ୟ କହିଛନ୍ତି ।

ମଙ୍ଗଳବାର ପୂର୍ବାହ୍ନରେ ଶ୍ରୀ ମାଲବ୍ୟ ଲୋକ ସେବକ ମଣ୍ଡଳ ଓ ସମାଜ ଦ୍ୱାରା ମାଧବପୁର ଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ ଓ ନର୍ସିଂ କଲେଜ ପରିଦର୍ଶନ ସମୟରେ ଅଧ୍ୟୟନରତ ସେବୀକା ଛାତ୍ରଛାତ୍ରୀମାନଙ୍କୁ ସେବା ଧର୍ମରେ ବର୍ତ୍ତୀ ହେବା ପାଇଁ ପରାମର୍ଶ ଦେଇଛନ୍ତି ।

prayash

ସେ ଏହି ଅବସରରେ ଗୋପବନ୍ଧୁ ଆଧ୍ୟାତ୍ମିକ କେନ୍ଦ୍ରରେ ପ୍ରତିଷ୍ଠିତ ନୂତନ ବିଗ୍ରହ ,ଶ୍ରୀ ଜଗନ୍ନାଥ,ଶ୍ରୀ ବଳଭଦ୍ର,ମା ସୁଭଦ୍ରା, ଶ୍ରୀ ଗଣେଶ, ରାମଦରବାର,ମା ଭୂବନେଶ୍ୱରୀ, ମା ବଗଳାମୁଖି ପ୍ରଭୃତି ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ । ଚିକିତ୍ସାଳୟର ରୋଗୀ ସେବା ପ୍ରକୋଷ୍ଠ,ଅସ୍ତ୍ରୋପଚାର ଗୃହ, ଆଇସିୟୁ,ଦନ୍ତ ଚିକିତ୍ସା ପ୍ରକୋଷ୍ଠ,ଏମଆରଆଇ,ସିଟିସ୍କାନ,ଅଲ୍ଟ୍ରାସାଉଣ୍ଡ,ନିଦାନପରୀକ୍ଷା କେନ୍ଦ୍ର ବୁଲି ଦେଖି ଅତ୍ୟନ୍ତ ଆନନ୍ଦିତ ହେବା ସହିତ ନର୍ସିଂ ବିଦ୍ୟାର୍ଥୀଙ୍କ ସହ ଶ୍ରେଣୀ ପ୍ରକୋଷ୍ଠରେ ଶିକ୍ଷା ସଂକ୍ରାନ୍ତରେ ଆଲୋଚନା କରିଥିଲେ ।

ଆଗାମୀ ଦିନରେ ଲୋକ ସେବକ ମଣ୍ଡଳରର ଏହି ପ୍ରତିଷ୍ଠାନ ବାହାର ରାଜ୍ୟରୁ ଆସୁଥିବା ଆଗନ୍ତୁକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣର କେନ୍ଦ୍ର ହେବ ବୋଲି କହିବା ସଂଗେ ସଂଗେ ପ୍ରତିଷ୍ଠାନର ଅଧ୍ୟକ୍ଷ ନିରଞ୍ଜନ ରଥଙ୍କୁ ଏଭଳି ମହନୀୟ କାର୍ଯ୍ୟ ପାଇଁ ଶ୍ରୀ ମାଲବ୍ୟ ସାଧୁବାଦ ଜଣାଇଥିଲେ ।ଏପରିକି ଶ୍ରୀ ମାଲବ୍ୟ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଦ୍ମଚରଣ ଦାଶଙ୍କ ସହିତ ଚିକିତ୍ସାଳୟର ରୋଗୀସେବା ସଂପର୍କରେ ମଧ୍ୟ ପଚାରିବୁଝିଥିଲେ । ଲୋକ ସେବକ ମଣ୍ଡଳର ଓଡିଶା ଶାଖା ଅଧ୍ୟକ୍ଷ ତଥା ପ୍ରତିଷ୍ଠାନ ପରିଚାଳନା କମିଟିର ଅଧ୍ୟକ୍ଷ ନିରଞ୍ଜନ ରଥ ଶ୍ରୀ ମାଲବ୍ୟଙ୍କୁ ପ୍ରତିଷ୍ଠାନ ପକ୍ଷରୁ ସ୍ୱାଗତ କରିବା ସହିତ ଚିକିତ୍ସାଳୟର ଅଗ୍ରଗତି,ରୋଗୀସେବା ,ନର୍ସିଂ କଲେଜର ଶିକ୍ଷାଦାନ ,ଶିକ୍ଷୟିତ୍ରୀ,ଚିକିତ୍ସକ ଙ୍କ ସଂପର୍କରେ ସବିଶେଷ ତଥ୍ୟ ଦେବା ସହିତ ଅଧୁରା ପଡିଥିବା ଅନ୍ତେବାସୀଙ୍କ ଆବାସିକ ଗୃହକୁ ମଧ୍ୟ ବୁଲାଇଦେଖାଇଥିଲେ । ସମାଜ ରିଲିଫ କମିଟିର ସଦସ୍ୟ ଭବାନୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ନର୍ସିଂ କଲେଜର ଅଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

kalyan agarbati

Comments are closed.