ଚିକିତ୍ସା ଅବହେଳା ଯୋଗୁଁ ଛାତ୍ରୀଙ୍କର ମୃତ୍ୟୁ ଅଭିଯୋଗ.
ନୀଳଗିରି: ବିଦ୍ୟାଳୟରେ ପ୍ରାଥମିକ ଚିକିତ୍ସାରେ ଅବହେଳା କରାଯାଇଥିବା ଯୋଗୁଁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା, ନୀଳଗିରି ବ୍ଲକ ଭଉଁରିଆବାଡ ପଞ୍ଚାୟତ ଅଧୀନ ବାଲିଆଝର ସ୍ଥିତ
ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ନରସିଂହପୁର ପଞ୍ଚାୟତ ଆଡିଆଖୁଣ୍ଟା ଗ୍ରାମର ଚିତ୍ତରଞ୍ଜନ ସିଂଙ୍କ ଝିଅ ସୁଚିତ୍ରା (୧୪) ଅଷ୍ଟମ ଶ୍ରେଣୀରେ ପଢୁଥିଲେ। ଦୁଇଦିନ ପୂର୍ବରୁ ତାଙ୍କର ଝାଡା ହୋଇଥିଲା ।
ସେ ସ୍କୁଲରେ ଥିଲେ । ପରେ ତାଙ୍କର ଦେହ ଅଧିକ ଖରାପ ହେବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ରାୟ ଛାତ୍ରୀଙ୍କ ପରିବାରକୁ ଏ ସମ୍ପର୍କରେ ଖବର ଦେବା ସହ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନୀଳଗିରି ଡାକ୍ତରଖାନାକୁ ଆଣିଥିଲେ। ସନ୍ଧ୍ୟାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ବିଦ୍ୟାଳୟ ତରଫରୁ ଛାତ୍ରୀଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସେପଟେ ଚିକିତ୍ସାରେ କୌଣସି ପ୍ରକାର ଅବହେଳା କରାଯାଇନି ବୋଲି ବିଦ୍ୟାଳୟର ଶିକ୍ଷକ ମତ ରଖିଛନ୍ତି। ଏହି ଘଟଣାରେ ବିଭାଗୀୟ ତଦନ୍ତ ଜାରି ରହିଛି।
Comments are closed.