www.samajalive.in
Saturday, December 13, 2025
27.1 C
Bhubaneswar

ଭୋଟ ବର୍ଜନ ଚେତାବନୀ ଦେଲେ କଲୋନୀ ବାସିନ୍ଦା, ଦୁଇବର୍ଷ ହେଲା ରାସ୍ତା ଉପରେ ଚାଲିଛି ନର୍ଦ୍ଦମା ପାଣି – ମଶା ମାଛିଙ୍କ ବଂଶ ବୃଦ୍ଧି ସହ ସୃଷ୍ଟି ହୋଇଛି ଅସ୍ୱାସ୍ଥ୍ୟକର ପରିବେଶ

ନବରଙ୍ଗପୁର: ନବରଙ୍ଗପୁର ସହରର ୧୬ ନମ୍ବର ୱାର୍ଡରେ ଦୀର୍ଘ ଦୁଇ ବର୍ଷ ହେଲା ରାସ୍ତା ଉପରେ ନର୍ଦ୍ଦମା ପାଣି ବୋହି ଯାଉଛି। ଗାନ୍ଧୀନଗର ଛକ ଠାରୁ ଇନ୍ଦିରା କଲୋନୀ ଦେଇ ଇଛ।ବତୀଗୁଡା ଯିବା ରାସ୍ତା ଉପରେ ଏହି ନର୍ଦ୍ଦମା ପାଣି ଆଜକୁ ପ୍ରାୟ ଦୁଇ ବର୍ଷ ହେଲା ବୋହୁଛି ।

ଦୁଇ ବର୍ଷ ପୂର୍ବେ ଶ୍ରୀ ନିଗମାନନ୍ଦ ଆଶ୍ରମ ସାହି ଭିତରୁ ନାଳ ତିଆରି କରି ଏହି ମୂଖ୍ୟ ରାସ୍ତା ଉପରେ ଛାଡି ଦିଆଯାଇଥିଲା । ସେହି ଦିନ ଠାରୁ ଆଜି ଯାଏଁ ଅନେକ ଥର ପୌରପାଳିକା କାର୍ଯ୍ୟାଳୟରେ ସାହି ବାସିନ୍ଦା ଲିଖିତ ଆକାରରେ  ଏବଂ ନିଜେ ଯାଇ  ଅଭିଯୋଗ କରିଛନ୍ତି। କିନ୍ତୁ ଏହାର କୌଣସି ସମାଧାନ କରାଯାଇ ନାହିଁ । ମଶା ମାଛିଙ୍କ ବଂଶ ବୃଦ୍ଧି ସହ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି ।

- Advertisement -

ଗତ ବର୍ଷ ବିଭିନ୍ନ ଖବରକାଗଜମାନଙ୍କରେ ଏ ବିଷୟରେ ଖବର ପ୍ରଚାର ହେବା ପରେ ପୌରସଂସ୍ଥାର ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଆସି ପାଖରେ ଥିବା ଏକ ବ୍ୟକ୍ତିଙ୍କ ଖାଲି ଜାଗାରେ ମାଟି ହୁଡ଼ା କରି ନର୍ଦ୍ଦମା ପାଣିକୁ ଜମା କରି ଦେଇଥିଲେ, ଏହା ସହ ଦୁଇ ସପ୍ତାହ ମଧ୍ୟରେ ରାସ୍ତା ଓ ନାଳ କାମ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାର ଦୁଇ ଦିନ ପରେ ନର୍ଦ୍ଧମା ପାଣି ସେହି ଖାଲି ସ୍ଥାନରେ ଗାଡିଆ ପରି ଜମା ହୋଇ ପୁଣି କଂକ୍ରିଟ ରାସ୍ତା ଉପରେ ବୋହି ଯାଉଛି। ଏଠାରେ ଏକ ଅସ୍ୱାସ୍ଥ୍ୟକର ଓ ପୁତିଗନ୍ଧମୟ ପରିସ୍ଥିତି ସୃଷ୍ଟି ହୋଇଛି। ସ୍କୁଲ କଲେଜ ଛାତ୍ରଛାତ୍ରୀ , ଆଶ୍ରମ କୁ ସକାଳ ଓ ସନ୍ଧ୍ୟା ବେଳେ ଖାଲି ପାଦରେ ଯିବା ଭକ୍ତ ମାନେ କଲୋନୀ ବାସିନ୍ଦା ଓ ଅନ୍ୟ ସମସ୍ତ ବ୍ୟକ୍ତି ଏହାର କୁପ୍ରଭାବର ଶିକାର ହେଉଛନ୍ତି।

ଅନେକ ଦିନ ଧରି ଏପରି ସମସ୍ୟାର ସମାଧାନ ହୋଇପାରି ନ ଥିବାରୁ  ବା  ଆଗାମୀ ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ଏହି କଲୋନୀରେ ରହୁଥିବା ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ବ ଭୋଟର ଥିବା ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି।

Hot this week

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

Related Articles

Popular Categories