www.samajalive.in
Tuesday, December 9, 2025
17.1 C
Bhubaneswar

ଦିଲ୍ଲୀରୁ ଦୋହା ଯାଉଥିବା ବିମାନକୁ ପାକିସ୍ତାନରେ କରାଗଲା ଜରୁରୀ ଅବତରଣ

ନୂଆଦିଲ୍ଲୀ : ଦିଲ୍ଲୀରୁ ଦୋହା ଯାଉଥିବା କତର ଏୟାରୱେଜର ବିମାନରେ ସୋମବାର ଏକ ବଡ ଧରଣର ଅଘଟଣ ଘଟିଥିବା ନେଇ ଖବର ମିଳିଛି। ଉଡାଣ ସମୟରେ ଏହି ବିମାନରୁ ହଠାତ୍‍ ଧୂଆଁ ବାହାରିବାରେ ଲାଗିଥିଲା। ଫଳରେ ଏହାକୁ ପାକିସ୍ତାନର କରାଚି ବିମାନବନ୍ଦରରେ ଜରୁରୀକାଳୀନ ପରିସ୍ଥିତରେ ଅବତରଣ କରାଯାଇଥିଲା। ଏହି ବିମାନରେ ପ୍ରାୟ ୧୦୦ ଜଣ ଯାତ୍ରୀ ଥିଲେ। ଜରୁରୀକାଳୀନ ପରିସ୍ଥିତରେ ବିମାନ ଅବତରଣ କରାଯାଇ ସମସ୍ତ ଯାତ୍ରୀଙ୍କ ଜୀବନ ରକ୍ଷା କରାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, କତର ଏୟାରୱେଜରୁ ଉକ୍ତ ବିମାନଟି ଦିଲ୍ଲୀରୁ ଦୋହା ପାଇଁ ଉଡାଣ ଭରିଥିଲା। ସେହି ସମୟରେ ବିମାନରୁ ହଠାତ ଧୂଆଁ ବାହାରିବାକୁ ଲାଗିଥିଲା। ଏହାପରେ ପାକିସ୍ତାନ ଆଡକୁ ଉଡାଣ ଭରା ଯାଇ ଜରୁରୀକାଳୀନ ଅବତରଣ କରାଯାଇଥିଲା। ପାକିସ୍ତାନର କରାଚୀ ବିମାନବନ୍ଦରରେ ବିମାନ ଖାଲି କରାଯାଇଥିଲା। ବିମାନର ଯାଞ୍ଚ କରାଯାଉଛି ବୋଲି ଅଧିକାରୀ କହିଛନ୍ତି।

- Advertisement -

ସେହିପରି କତର ଏୟାରୱେଜ ପକ୍ଷରୁ ମଧ୍ୟ ଏହି ଘଟଣା ଉପରେ ଯାଞ୍ଚ କରାଯାଉଛି ବୋଲି କୁହାଯାଉଛି। ଏହାସହ ଯାତ୍ରୀଙ୍କୁ ଦୋହା ନେବା ପାଇଁ ଅନ୍ୟ ଏକ ବିମାନର ବ୍ୟବସ୍ଥା କରାଯାଇଛି। ଏହି ସମସ୍ୟା ପାଇଁ ଏୟାରୱେଜ ପକ୍ଷରୁ ଯାତ୍ରୀଙ୍କୁ କ୍ଷମା ପ୍ରାର୍ଥନା କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories