www.samajalive.in
Monday, December 15, 2025
16.1 C
Bhubaneswar

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁଶରଫ୍‌ଙ୍କୁ ଭେଟିଲେ ସଂଜୟ ଦତ୍ତ ! ଏହାକୁ ନେଇ ପ୍ରଶ୍ନ ଉଠାଇଲେ…..

 

ନୂଆଦିଲ୍ଲୀ – ଭାରତ ଏବଂ ପାକିସ୍ତାନର ସମ୍ପର୍କ ବିଷୟରେ ସମସ୍ତଙ୍କୁ ଜଣା । ପାକିସ୍ତାନ ସହ ଆମ ଦେଶର ସମ୍ପର୍କ ଭଲ ନାହିଁ । ଉରି ଘଟଣାପରେ ଏହା ଆହୁରି ତିକ୍ତ ହୋଇଯାଇଛି । ଏହି ଉତ୍ତେଜନା ଏବେ ବି ଲୋକଙ୍କ ଭିତରେ ରହିଛି । ମାତ୍ର ଏହା ଭିତରେ ଭାଇରାଲ୍‌ ହେଉଥିବା ଏକ ଫଟୋ କିଛି ଲୋକଙ୍କୁ ବିଚଳିତ କରିଛି ।

- Advertisement -

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁଶରଫ୍‌ଙ୍କୁ ଦୁବାଇରେ ବଲିଉଡ୍‌ର ଅଭିନେତା ସଂଜୟ ଦତ୍ତ ଭେଟିବାଥିବା ଚର୍ଚ୍ଚା ହେଉଛି । ମାତ୍ର ଭାଇରାଲ୍‌ ଫଟୋରେ ମୁଶରଫ ଏକ ହ୍ୱିଲ୍‌ ଚେୟାରରେ ବସିଥିବା ବେଳେ ସଂଜୟ ଦତ୍ତ ଅନ୍ୟ କୌଣସି ଦିଗକୁ ଅନାଇଛନ୍ତି । ସଂଜୟ ଦତ୍ତ ଏହି ଫଟୋରେ ଆଉ କାହା ସହ କଥା ହେବାପରି ଲାଗୁଛନ୍ତି । ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁଶରଫ୍‌ ଏବେ ଦୁବାଇରେ ରହୁଛନ୍ତି । ହଠାତ୍‌ ଦୁର୍ଘଟଣା ବଶତଃ ଏହି ଦୁଇ ଜଣ ଏକାଠି ହୋଇଯାଇଥିବା କୁହାଯାଇଛି ।

 

ପରଭେଜ୍‌ ମୁଶରଫ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ନାହିଁ ।ଏକ ବ୍ୟାୟାମଶାଳ ବା ଜିମ୍‌ କିମ୍ବା ଫିଜିଓଥେରାପି କେନ୍ଦ୍ରରେ ଏହି ଦୁଇ ଜଣଙ୍କର ହଠାତ୍‌ ଦେଖା ହୋଇଥାଇ ପାରେ ବୋଲି ଚର୍ଚ୍ଚା ହୋଇଛି । ସଂଜୟଙ୍କରେ ଏବେ ବହୁତ ଚଳଚ୍ଚିତ୍ର ମୁକ୍ତିଲାଭ ଅପେକ୍ଷାରେ ରହିଛି ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories