www.samajalive.in
Saturday, December 6, 2025
15.1 C
Bhubaneswar

ବାଇକ୍ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ଦମ୍ପତ୍ତି

ରେଙ୍ଗାଲିକେମ୍ପ୍: ୫୩ ନଂ ଜାତୀୟ ରାଜପଥର ବରଗଡ଼ ସମ୍ବଲପୁର ରାସ୍ତାରେ ଏକ ଅଜଣା ବାଇକ୍ ଆଉ ଏକ ବାଇକକୁ ଧକ୍କା ଦେବା ଫଳରେ ବାଇକରେ ଥିବା ସ୍ୱାମୀ ସ୍ତ୍ରୀ ଦୁଇଜଣ ତଳେ ଛିଟିକି ହୋଇ ପଡ଼ିଯାଇ ସ୍ଵାମୀ ସଦାନନ୍ଦ ଧରୁଆ (୩୦) ଆହତ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ କମଳା ଭୁଏ (୨୭)ଙ୍କ ମୁହଁରେ ଓ ମୁଣ୍ଡରେ ଆଘାତ ଲାଗିଥିଲା। ସୌଭାଗ୍ୟବଶତଃ ରାସ୍ତାର ବାମ ପାର୍ଶ୍ଵରେ ପଡ଼ିଥିଲେ ବୋଲି ଜୀବନ ରକ୍ଷା ହେଲା, ଡାହାଣ ପାର୍ଶ୍ଵରେ ପଡିଯାଇଥିଲେ ଅନ୍ୟ ବଡ ବଡ଼ ଗାଡ଼ି ତଳେ ଚାପି ହୋଇ ଜୀବନ ବି ଚାଲିଯାଇଥାନ୍ତ। ତେବେ ସେମାନଙ୍କୁ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବାପାଇଁ ୧୦୮ ଆମ୍ବୁଲାନ୍ସ ସେବାକୁ ଯୋଗାଯୋଗ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories