www.samajalive.in
Saturday, December 6, 2025
15.1 C
Bhubaneswar

୨୦୨୧-୨୨ ଆର୍ଥିକ ବର୍ଷରେ ରିଟର୍ଣ୍ଣ ଦାଖଲ କରିଛନ୍ତି ୬କୋଟି ୬୩ଲକ୍ଷରୁ ଅଧିକ ଆୟକର ଦାତା

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ଇ-ଫାଇଲିଂ ପୋର୍ଟାଲରେ ଚଳିତ ମାସ ୧୫ ତାରିଖ ସୁଦ୍ଧା ୬ କୋଟି ୬୩ ଲକ୍ଷରୁ ଅଧିକ ଆୟକର ରିଟର୍ଣ୍ଣ ଦାଖଲ କରାଯାଇଥିବା ଜଣାପଡ଼ିଛି। ଗତ ଆର୍ଥିକ ବର୍ଷରେ ଆୟକର ରିଟର୍ଣ୍ଣ ଦାଖଲର ଶେଷ ଦିନରେ ୪ ଲକ୍ଷ ୭୭ ହଜାର ଆୟକର ଦାତା ରିଟର୍ଣ୍ଣ ଦାଖଲ କରିଥିଲେ। ସେହି ତୁଳନାରେ ଚଳିତ ବର୍ଷ ଶେଷ ଦିନ ଅର୍ଥାତ୍‍ ମାର୍ଚ୍ଚ ୧୫ରେ ୫ ଲକ୍ଷ ୪୩ ହଜାରରୁ ଅଧିକ କରଦାତା ଏହି ରିଟର୍ଣ୍ଣ ଦାଖଲ କରିଛନ୍ତି। ଗତ ୫ ଦିନ ମଧ୍ୟରେ ୧୩ ଲକ୍ଷ ୪୪ ହଜାରରୁ ଅଧିକ ଆୟକରଦାତା ସେମାନଙ୍କର ଆୟକର ରିଟର୍ଣ୍ଣ ଦାଖଲ କରିଥିବାର ଜଣାପଡ଼ିଛି।

ସୂଚନା ମୁତାବକ ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ୪୬% କରଦାତା ଆଇଟିଆର୍‍-୧, ୯% ଆଇଟିଆର୍‍-୨, ୧୫% ଆଇଟିଆର୍‍-୩, ୨୬% ଆଇଟିଆର୍‍-୪ ଏବଂ ୨% ଆଇଟିଆର୍‍ ଫର୍ମ ୫, ୬ ଏବଂ ୭ ପୂରଣ କରିଛନ୍ତି। ଦାଖଲ ହୋଇଥିବା ରିଟର୍ଣ୍ଣ ଗୁଡ଼ିକ ମଧ୍ୟରେ ୪୩%ରୁ ଅଧିକ ରିଟର୍ଣ୍ଣ ପୋର୍ଟାଲ୍‍ ଏବଂ ଅନ୍‍ଲାଇନ୍‍ ମାଧ୍ୟମରେ ପୂରଣ କରାଯାଇଥିବା ବେଳେ ବଳକା ରିଟର୍ଣ୍ଣ ଅଫ୍‍ଲାଇନ୍‍ ମାଧ୍ୟମରେ ଜମା କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories