www.samajalive.in
Saturday, December 6, 2025
17.1 C
Bhubaneswar

ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୪ ଗୁରୁତର, ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତ ସଦର ମହକୁମାଠାରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ପରିବାରର ବୋହୁ ସ୍ୱପ୍ନା ବେହେରା (୨୧) ଗ୍ୟାସରେ ଚାହା କରିବା ସମୟରେ ହଠାତ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା। ସେ ପାଟି କରିବାରୁ ତାକୁ ଉଦ୍ଧାର କରିବାକୁ ଯାଇ ଶାଶୁ ଲକ୍ଷ୍ମୀ ବେହେରା (୫୦), ଶଶୁର ଦୟାନିଧି ବେହେରା (୫୩) ଓ ଦିଅର ଅନୀଲ ବେହେରା (୨୫) ନିଆଁରେ ପୋଡ଼ି ଯାଇଥିଲେ। ସେମାନେ ଜୀବନ ବିକଳରେ ଚିତ୍କାର କରିବାରୁ ସାହି ପଡିଶା ଓ ଗ୍ରାମବାସୀ ମିଳିତ ଭାବେ ନିଆଁକୁ ଆୟତ୍ତ କରି ୪ ଜଣଙ୍କୁ ଉଦ୍ଧାର କରି ରୋଗିବୁହା ଗାଡ଼ିରେ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। ଏବେ ମିଳିଥିବା ସୂଚନା ଅନୁଯାୟୀ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଖବର ପାଇ ଥାନା ଅଧିକାରୀ ସୁକୁମା ହଂସୁଦା ପହଁଚି ତଦନ୍ତ ଚଳାଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଗାଡି ପହଞ୍ଚି ନିଆଁକୁ ଆୟତ କରିଥିଲେ। ସ୍ୱାମୀ ସୁନୀଲ ବେହେରା (୩୦) ଓ ସାନ ଦିଅର ଶ୍ରୀକାନ୍ତ (୨୪) ବାହାରେ ରହିଥିବାରୁ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories