www.samajalive.in
Saturday, December 6, 2025
23.1 C
Bhubaneswar

୧୨ରୁ ୧୪ ବର୍ଷ ବୟସ ବର୍ଗରେ ୮ଲକ୍ଷରୁ ଅଧିକ ପିଲା ନେଲେଣି କରୋନା ଟିକା

୧୨ରୁ ୧୪ ବର୍ଷ ବୟସ ବର୍ଗର ପିଲାଙ୍କୁ ଗତକାଲିଠାରୁ ଆରମ୍ଭ ହୋଇଥିବା ଟିକାକରଣର ଦ୍ଵିତୀୟ ଦିନ ସୁଦ୍ଧା ୮ଲକ୍ଷ ୨୧ ହଜାର ୬୩୮ ଜଣ ପିଲାଙ୍କୁ ପ୍ରଥମ ଡୋଜ୍‍ କରୋନା ପ୍ରତିଷେଧକ ଟୀକା ଦିଆଯାଇଛି। ଆଜି ଗୋଟିଏ ଦିନରେ ସନ୍ଧ୍ୟା ସୁଦ୍ଧା ୨୨ ହଜାର ୯୦୬ ଜଣଙ୍କୁ ଏହି ଟୀକା ଦିଆଯାଇଥିବା ଜଣାପଡିଛି।

ଏହା ପୂର୍ବରୁ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ୬୦ ବର୍ଷରୁ ଅଧିକ ଲୋକମାନଙ୍କୁ ପ୍ରତିଷେଧକମୂଳକ ସ୍ୱତନ୍ତ୍ର କରୋନା ଟିକା ଦିଆଯାଇଛି ଏବଂ ସେମାନଙ୍କ ସଂଖ୍ୟା ୨କୋଟି ୧୫ଲକ୍ଷରୁ ଅଧିକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଏ ପର୍ଯ୍ୟନ୍ତ ଦେଶରେ ସାଧାରଣ କୋଭିଡ୍‍ ଟିକାକରଣରେ ୧୮୦ କୋଟି ୮୬ ଲକ୍ଷ ଡୋଜ୍‍ ଟିକା ଦିଆଯାଇଥିବା ଜଣାପଡ଼ିଛି। ବିଶେଷ କରି କରୋନା ଦ୍ୱାରା ସଂକ୍ରମିତ ହେବାକୁ ଥିବା ୧୨ରୁ ୧୪ ବର୍ଷ ବୟସ ବର୍ଗର ପିଲାମାନଙ୍କୁ ଅତି କମ୍‍ ସମୟ ମଧ୍ୟରେ ଟିକାକରଣ କରିବା ଲାଗି କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି। ଏକ ସମୟରେ ଏହି ବୟସ ବର୍ଗର ପିଲା ଏବଂ ବୁଷ୍ଟର ଡୋଜ୍‍ ନେଉଥିବା ୬୦ ବର୍ଷରୁ ଅଧିକ ଲୋକମାନଙ୍କୁ ଦିଆଯାଉଥିବା ଟିକା ନେଇ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories