www.samajalive.in
Saturday, December 6, 2025
26.1 C
Bhubaneswar

ଆତ୍ମନିର୍ଭର ଭାରତ ଗଠନ ଆବଶ୍ୟକତା ପ୍ରତି ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ

ଏକ ଆତ୍ମନିର୍ଭର ଭାରତ ଗଠନର ଆବଶ୍ୟକତା ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱାରୋପ କରିଛନ୍ତି। ଆଧୁନିକ ଭାରତର ଭିତ୍ତିଭୂମି ସ୍ଥାପନ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରାଶସନ ଏକାଡେମୀର ୯୬ତମ କମନ୍‍ ଫାଉଣ୍ଡେସନ କୋର୍ସର ଉଦ୍‍ଯାପନୀ ଉତ୍ସବରେ ପ୍ରଧାନମନ୍ତ୍ରୀ କହିଛନ୍ତି ସମଗ୍ର ବିଶ୍ୱର ଦୃଷ୍ଟି ଭାରତ ଉପରେ କେନ୍ଦ୍ରୀଭୂତ ହୋଇଛି। ଏଥିପାଇଁ ଭାରତକୁ ଆହୁରି ଦ୍ରୁତ ବେଗରେ ବିକାଶ ହାସଲ କରିବାକୁ ହେବ। ପ୍ରଧାନମନ୍ତ୍ରୀ ନୂଆ କ୍ରୀଡ଼ା କମ୍ପେ୍ଲକ୍ସକୁ ଉଦ୍‍ଘାଟନ କରିଛନ୍ତି। ସେ ମଧ୍ୟ ପୁର୍ନନିର୍ମିତ ହାପି ଭ୍ୟାଲି କମ୍ପେ୍ଲକ୍ସକୁ ଉଦ୍‍ଘାଟନ କରିଛନ୍ତି।

୯୬ତମ ଫାଉଣ୍ଡେସନ୍‍ କୋର୍ସ ଏଭଳି ପାଠ୍ୟକ୍ରମ ଯାହା ମିଶନ୍‍ କର୍ମଯୋଗୀ ସିଦ୍ଧାନ୍ତ ଉପରେ ପର୍ଯ୍ୟବେଶିତ ଅଟେ। ଏହି ବ୍ୟାଚ୍‍ର ୧୬ଟି ବର୍ଗରୁ ୪୮୮ ଜଣ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ରୟାଲ୍‍ ଭୂଟାନ ପ୍ରଶାସନିକ ସେବାର ୩ ଅଧିକାରୀ ଏବଂ ପୁଲିସ୍‍ ଓ ବନସେବା ଅଧିକାରୀ ଅଛନ୍ତି। ଏହି ପାଠ୍ୟକ୍ରମରେ ପ୍ରଶିକ୍ଷଣ ନେଉଥିବା ଯୁବ ପ୍ରଶାସନିକ ଅଧିକାରୀମାନଙ୍କୁ ସାହସିକ ଭାବନାଯୁକ୍ତ ମିଶନ୍‍ କର୍ମଯୋଗୀ ସିଦ୍ଧାନ୍ତ ସନିବେଶିତ ନୀତି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି। ଏଥିରେ ପ୍ରଶାସନିକ ଅଧିକାରୀମାନଙ୍କୁ କିଭଳି ଲୋକସେବକ ଭାବେ ଜନସାଧାରଣଙ୍କର ଅଧିକ ନିକଟତର ହୋଇପାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିରେ ପଦ୍ମ ପୁରସ୍କାର ବିଜେତାଙ୍କ ଅନୁଭୂତି ଏବଂ ଗ୍ରାମୀଣ ଭାରତର ବିଭିନ୍ନ ସମସ୍ୟା ସହ କିଭଳି ସେମାନେ ଜଡ଼ିତ ହୋଇପାରିବେ ତାହା ପ୍ରଶିକ୍ଷଣ ଦିଆଯାଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories