www.samajalive.in
Friday, December 5, 2025
26.1 C
Bhubaneswar

ଇସ୍ରାଏଲ୍‌ରେ କରୋନାର ନୂଆ ପ୍ରକରଣ (ଭାରିଆଣ୍ଟ) ଠାବ – ଜାଣନ୍ତୁ ଭୟାନକ କି ନାହିଁ

ନୂଆଦିଲ୍ଲୀ – ଇସ୍ରାଏଲ୍‌ରେ କରୋନାର ନୂଆ ଭାରିଆଣ୍ଟ ଠାବ କରାଯାଇଛି । ଏହା କେତେ ସଂକ୍ରମକ ସେ ବିଷୟରେ ବୈଜ୍ଞାନିକମାନେ ଅଧିକ ଗବେଷଣା କରୁଛନ୍ତି । ଚୀନ୍‌ରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସେଠାରେ  ଲକ୍‌ ଡାଉନ୍‌ ପରିସ୍ଥିତି ସୃଷ୍ଟି ହୋଇଛି । ଏହା ଭିତରେ ଇସ୍ରାଏଲ୍‌ରୁ ଏକ ନୂଆ ଭାରିଆଣ୍ଟ ଠାବ ହେବା ଅନେକଙ୍କ ଚିନ୍ତା ବଢାଇ ଦେଇଛି ।

ବୁଧବାରରେ ଇସ୍ରାଏଲ୍‌ ସରକାରଙ୍କ ପକ୍ଷରୁ କରୋନାର ନୂଆ ପ୍ରରକଣ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏଥିରେ  ବିଏ ଓ୍ୱାନ ଏବଂ ବିଏ ଟୁ ଦୁଇଟି ପ୍ରକରଣ ସମ୍ପର୍କରେ ସୂଚନା ଦିଆଯାଇଛି । ଚୀନ୍‌ରେ ବଢୁଥିବା କରୋନା ସଂକ୍ରମଣ ସହ ଏହି ପ୍ରକରଣ ର ସମ୍ପର୍କ ରହିଛି କି ନାହିଁ ସେ ବିଷୟରେ ଏବେ ଗବେଷଣା ଚାଲିଛି ।

- Advertisement -

କରୋନାର ଏହି ନୂଆ ପ୍ରକରଣର ଆକ୍ରନ୍ତଙ୍କ ନିକଟରେ ମୁଣ୍ଡବିନ୍ଧା , ଜର ସହ ଦେହ ହାତ ଦରଜ ଏବଂ ପତଳା ଝାଡାର ହାଲକା ଲକ୍ଷଣ ଦେଖିବା ପାଇଁ ମିଳିଛି । ଅଧିକାଂଶ ଲୋକଙ୍କ ନିକଟରେ ଅଳ୍ପ ଲକ୍ଷଣ ଦେଖାଯିବା ସହ ସେମାନ ଶୀଘ୍ର ଠିକ୍‌ ହୋଇଯଉଥିବା ସୂଚନା ମିଳିଛି । ମାତ୍ର ଏହା ଖୁବ ଶୀଘ୍ର ସଂକ୍ରମିତ କରୁଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଚୀନ୍‌ରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କେତକ ସହରରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି ।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories