www.samajalive.in
Saturday, December 6, 2025
17.1 C
Bhubaneswar

ଅଗ୍ରାଧିକାର ରାଷ୍ଟ୍ର ମର୍ଯ୍ୟାଦା ହରାଇବ ରୁଷ

ଜାପାନ୍‍ ରୁଷଠାରୁ ‘ବାଣିଜ୍ୟ କ୍ଷେତ୍ରରେ ଅଗ୍ରାଧିକାର ରାଷ୍ଟ୍ରର ମର୍ଯ୍ୟଦା’ ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛି। ୟୁକ୍ରେନ୍‍ ଉପରେ ରୁଷର ଆକ୍ରମଣ ପାଇଁ ଜାପାନ ଏଭଳି ନିଷ୍ପତ୍ତି ନେଇଛି। ଜାପାନ୍‍ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଏହା ଜଣାଇଛନ୍ତି। ରୁଷ ବିଶ୍ୱ ବାଣିଜ୍ୟ ସଂଗଠନର ସଦସ୍ୟ ଥିବାରୁ ତାକୁ ବାଣିଜ୍ୟ କ୍ଷେତ୍ରରେ ଅଗ୍ରାଧିକାର ରାଷ୍ଟ୍ର ମର୍ଯ୍ୟଦା ପ୍ରଦାନ କରାଯାଉଥିଲା। ରୁଷ ୨୦୧୨ଠାରୁ ଏହି ମର୍ଯ୍ୟାଦା ପାଇ ଆସୁଥିଲା। ବର୍ତ୍ତମାନ ଜାପାନ୍‍ ରୁଷକୁ ବିଳାସ ସାମଗ୍ରୀ ରପ୍ତାନୀ ଉପରେ କଟକଣା ଲାଗୁ କରିବ ଓ ରୁଷର ଆମଦାନୀ ହୋଇ ଆସୁଥିବା ସାମଗ୍ରୀ ଗୁଡ଼ିକ ଉପରେ ନିଷେଧାଜ୍ଞା ଲାଗୁ କରିବ। ରୁଷକୁ ବିଶ୍ୱ ବ୍ୟାଙ୍କ୍‍ ଓ ଅନ୍ୟାନ୍ୟ ଆନ୍ତର୍ଜାତିକ ସଂଗଠନରୁ ପୁଞ୍ଜିନିବେଶକୁ ବନ୍ଦ କରିବା ପାଇଁ ଜାପାନ୍‍ ଓ ଜି୭ ସଦସ୍ୟ ରାଷ୍ଟ୍ରମାନେ ପଦକ୍ଷେପ ଗ୍ରହଣ କରିବେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories