www.samajalive.in
Friday, December 5, 2025
26.1 C
Bhubaneswar

ସିଦ୍ଧୁ ଆଉଟ୍‌ – ପଦରୁ ଦେଲେ ଇସ୍ତଫା , ଗଲା ପାଞ୍ଚଟି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷଙ୍କ ପଦ

ନୂଆଦିଲ୍ଲୀ – ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି । ନିଜ ଟ୍ୱିଟର ଆକାଉଣ୍ଟରେ ସେ ଏ ବିଷୟରେ ସୂଚନା ଦେଇଛନ୍ତି । ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଇଚ୍ଛା ଅନୁସାରେ ସେ ଇସ୍ତଫା ଦେଇଥିବା କଥା ଉଲ୍ଲେଖ କରିଥିବା ବେଳେ ଏହାର ଏକ ନକଲ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ୫ଟି ରାଜ୍ୟରେ କଂଗ୍ରେସ ଅତି ଖରାପ ପ୍ରଦର୍ଶନ କରିବା ପରେ ସୋନିଆ ଗାନ୍ଧୀ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷମାନଙ୍କୁ ଇସ୍ତଫା ଦେବା ପାଇଁ କହିଥିଲେ । ଏକ ପ୍ରକାର ସେମାନଙ୍କୁ ପଦରୁ ବିତାଡିତ କରାଯାଇଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ।

ସିଦ୍ଧୁଙ୍କ ଅଧ୍ୟକ୍ଷତାରେ ପଞ୍ଜାବରେ କଂଗ୍ରେସ ନିର୍ବାଚନ ପାଇଁ ଓହ୍ଲାଇଥିଲା । ତାଙ୍କ ପାଇଁ କ୍ୟାପଟେନ୍‌ ଅମିରିନ୍ଦର ସିଂଙ୍କୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପଦରୁ ବାହର କରି ଚନ୍ନିଙ୍କୁ ସେହି ପଦ ଦେଇଥିଲା । ମାତ୍ର ସିଦ୍ଧୁ ଏଥିରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ପରେ କ୍ଷମତାରେ ଥିବା କଂଗ୍ରେସର ଅତି ଶୋଚନୀୟ ସ୍ଥିତି ହୋଇଥିଲା ।

- Advertisement -

ସିଦ୍ଧୁ ଏହା ମତଦାତାଙ୍କ ନିର୍ଣ୍ଣୟ କହିବା ସହ ତାକୁ ସ୍ୱାଗତ କରିଥିଲେ । ତାଙ୍କୁ ପଦରୁ ବିତାଡିତ କରାଯିବ ବୋଲି ଏକ ପ୍ରକାର ନିଶ୍ଚୟ ହୋଇଯାଇଥିଲା । କଂଗ୍ରେସର ଶୋଟନୀୟ ପରାଜୟ ପରେ ପଞ୍ଜାବ, ମଣିପୁର . ଉତ୍ତରପ୍ରଦେଶ , ଉତ୍ତରାଖଣ୍ଡ ଏବଂ ଗୋଆରେ ଦଳର ଅଧ୍ୟକ୍ଷମାନଙ୍କୁ ଇସ୍ତଫା ଦେବା ପାଇଁ ନିର୍ଦେଶ ଦିଆଯାଇଥିଲା । କଂଗ୍ରେସର ମୁଖପାତ୍ର ରଣଦୀପ ସିଂ ହୁଡ୍ଡା ଟ୍ୱିଟ୍‌ କରି ଏହି ସୂଚନା ଦେଇଥିଲେ ।

ପରେ ସିଦ୍ଧୁ ନିଜ ପଦରୁ ଇସ୍ତଫା ଦେବା ସହ ଏ ବିଷୟରେ ଟ୍ୱିଟରେ ସୂଚନା ଦେଇଛନ୍ତି ।

 

#politics #punjab #sidhu

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories