www.samajalive.in
Friday, December 5, 2025
26.1 C
Bhubaneswar

୨୦୨୨-୨୩ ରେଳ ମନ୍ତ୍ରଣାଳୟ ଅସ୍ଥାୟୀ ଖର୍ଚ୍ଚ ଦାବି ଲୋକସଭାରେ ମଂଜୁର

ନୂଆଦିଲ୍ଲୀ: ଲୋକସଭାରେ ୨୦୨୨-୨୩ ପାଇଁ ରେଳ ମନ୍ତ୍ରଣାଳୟ ଅସ୍ଥାୟୀ ଖର୍ଚ୍ଚ ଦାବି ମଞ୍ଜୁରୀ ଲାଭ କରିଛି। ଦୀର୍ଘ ୧୩ ଘଣ୍ଟା ଆଲୋଚନା ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରେଳବାଇ ଏହାର ଆଧୁନିକୀକରଣ କରୁଛି ଓ ନୂଆ ବୈଷୟିକ ଜ୍ଞାନର ପ୍ରୟୋଗ କରୁଛି। ରେଳବାଇ ଅଧିକ ପୁଞ୍ଜି ନିବେଶକୁ ଆକୃଷ୍ଟ କରୁଛି। ସେ କହିଛନ୍ତି, ପୁଞ୍ଜିନିବେଶ ବାର୍ଷିକ ୯୯ ହଜାର ୫୧୧ କୋଟି ଟଙ୍କାରେ ପହଞ୍ଚିଛି। ନୂଆ ରେଳ ଲାଇନ୍‍ ବିଛାଯିବା, ରେଳଲାଇନ୍‍ ଗୁଡ଼ିକର ଦୋହରିକରଣ ଓ ବିଦ୍ୟୁତିକରଣ, ଉତ୍ତର ପୂର୍ବାଞ୍ଚଳକୁ ରେଳ ସଂଯୋଗ, ୧୧୧୦ କିଲୋମିଟର ଦୀର୍ଘ ବାଣିଜ୍ୟ କରିଡ଼ର ସମ୍ପୂର୍ଣ୍ଣ ହେବା, ମେଡ୍‍ଇନ୍‍ ଇଣ୍ଡିଆ ବନ୍ଦେ ଭାରତ ଟ୍ରେନ୍‍ ଚଳାଚଳ ଓ ରେଳ ଷ୍ଟେସନ୍‍ ଗୁଡ଼ିକର ଆଧୁନିକୀକରଣ କରାଯାଇଛି।

ଆଗାମୀ ୧୦ ବର୍ଷ ପାଇଁ ଥିବା ଯୋଜନା ବିଷୟରେ ସେ କହିଛନ୍ତି, ବାର୍ଷିକ ଯାତ୍ରୀ ପରିବହନ ୮୦୦ କୋଟିରୁ ୧ ହଜାର କୋଟିକୁ ବୃଦ୍ଧି କରାଯିବା, ମାଲ ପରିବହନ ୧୪ ଶହ ନିୟୁତ ଟନ୍‍ରୁ ୩ ହଜାର ମିଲିୟନ୍‍ ଟନ୍‍କୁ ବୃଦ୍ଧି କରାଯିବା ଓ ପୁଞ୍ଜିନିବେଶ ୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଦେଶରେ ବନ୍ଦେ ଭାରତ ରେଳ କୋଚ୍‍ ନିର୍ମାଣ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିବାର ମନ୍ତ୍ରୀ କହିଛନ୍ତି। ଏଆର୍‍ ସ୍ପ୍ରିଙ୍ଗସ୍‍ ଓ ଅନ୍ୟ ବୈଷୟିକ ଜ୍ଞାନ ବ୍ୟବହାର ବିଷୟରେ ମନ୍ତ୍ରୀ କହିଛନ୍ତି, ଏଗୁଡ଼ିକ ରେଳବାଇର ସୁରକ୍ଷା ବୃଦ୍ଧି କରିବ ଓ ରେଳ ଯାତ୍ରାକୁ ସହଜ କରିବ।

- Advertisement -

ବଜେଟରେ ଘୋଷଣା କରାଯାଇଥିବା ‘ଏକ୍‍ ଷ୍ଟେସନ୍‍ ଏକ୍‍ ପଦାର୍ଥ’ ଯୋଜନା ନିର୍ଦ୍ଦିଷ୍ଟ ଅଞ୍ଚଳର ପଦାର୍ଥ ଗୁଡ଼ିକୁ ବଜାରରେ ପହଞ୍ଚାଇବାରେ ସାହାଯ୍ୟ କରିବ। ବିରୋଧୀ ଦଳ ଗୁଡ଼ିକର କିଛି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ରେଳବାଇର ବେସରକାରୀକରଣ ପାଇଁ କୌଣସି ଯୋଜନା ନାହିଁ।

Hot this week

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

Related Articles

Popular Categories