www.samajalive.in
Monday, December 15, 2025
17.1 C
Bhubaneswar

ଚୌଦ୍ୱାରରେ ପ୍ରଚାର ସରଗରମ

ଚୌଦ୍ୱାର : ଚୌଦ୍ୱାର ପୌରପାଳିକାରେ ବିଭିନ୍ନ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ମାନଙ୍କ ତରଫରୁ ପ୍ରଚାର କାର୍ଯ୍ୟକୁ ଯୋରଦାର କରାଯାଇଥିବା ଦେଖିବାକୁ ମିଳିଛି । ଆସନ୍ତା ୨୪ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ପ୍ରାର୍ଥୀମାନେ ଭୋଟରଙ୍କୁ ହାତେଇବାକୁ ରଣନିତୀ  ଆରମ୍ଭ କରିଦେଲେଣି । ତିନି ପ୍ରମୁଖ ଦଳ ସହିତ ନିର୍ବାଚନ ମଇଦାନରେ ଅଣ୍ଟା ଭିଡିଛି ସ୍ୱାଧୀନ ଦଳ । ପ୍ରତି ୱାର୍ଡ ଓ ଗଳିକନ୍ଦିରେ ଏବେ ବିଭିନ୍ନ ଦଳର ପ୍ରାର୍ଥୀ ଓ ସମର୍ଥକଙ୍କ ଭିଡ ଜମୁଛି। ପୂର୍ବତନ ବିଧାୟକ ଡ.ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଦଳର ସ୍ଥାନୀୟ ନେତାମାନେ ବିଭିନ୍ନ ୱାର୍ଡ଼ରେ ଘନଘନ ବୈଠକ ଡାକି କର୍ମୀମାନଙ୍କୁ ପ୍ରଚାର ମନ୍ତ୍ର ଦେଉଥିବା ଦେଖିବାକୁ ମିଳିଛି । କିଛି ୱାର୍ଡରେ ପ୍ରାର୍ଥୀମାନେ ପଦଯାତ୍ର କରି ଘରକୁ ଘର ବୁଲି ହାତଯୋଡି ଭୋଟ ଭିକ୍ଷା କରୁଛନ୍ତି। ଶ୍ରୀ ବିଶ୍ୱାଳ ୧୦, ୧୯, ୧୮ ଆଦି ୱାର୍ଡ଼ରେ ମହିଳା ସମାବେଶ ମାନ ଆୟୋଜନ କରି ସେମାନଙ୍କୁ ପ୍ରଚାରରେ ଆଗକୁ ପଠାଇବା ପାଇଁ ପ୍ରୟାସ ଚଳାଇଛନ୍ତି । ଜନ ସାଧାରଣ ଓ ସେମାନଙ୍କ ସମସ୍ୟା ସହିତ ଜଡ଼ିତ ରହି ବିକାଶ କାର୍ଯ୍ୟକୁ ଆଗେଇ ନେବାକୁ ଦଳର ପ୍ରାର୍ଥୀମାନେ ପ୍ରତିଶ୍ରୁତି ଦେଉଛନ୍ତି । ବିଜେପି ପ୍ରାର୍ଥୀଙ୍କ ପାଇଁ ବିଜେପି ନେତା ନୟନ କିଶୋର ମହାନ୍ତି ,ଚୌଦ୍ୱାର ମଣ୍ଡଳ ସଭାପତି କୈଳାସ ଚନ୍ଦ୍ର ବେହେରା, ଜ୍ଞାନେନ୍ଦ୍ର ସ୍ୱାଇଁ ଓ ବୈରାଗୀ ଚରଣ ପ୍ରଧାନ ପ୍ରଚାର ମଙ୍ଗ ଧରିଥିବା ବେଳେ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଚାର ଆରମ୍ଭ କରିଛନ୍ତି। କଂଗ୍ରେସ ପାଇଁ ଚୌଦ୍ୱାର ଅଂଚଳର କଂଗ୍ରେସ ନେତା ବିଜୟ ବେହେରା ଓ ହରିହର ପରିଡା ପ୍ରମୁଖ ଏବେ ପ୍ରଚାରର ନେତୃତ୍ୱ ନେଉଛନ୍ତି । ଓଟିଏମ୍ ଆନ୍ଦୋଳନର ନେତୃତ୍ୱ ନେଉଥିବା ଦୀପକ କୁମାର ବାରିକଙ୍କ ସ୍ୱାଧୀନ ଦଳ ତରଫରୁ ୧୯ଟି ଯାକ ୱାର୍ଡ଼ରେ ପ୍ରାର୍ଥୀ ଦିଆ ଯାଇ ପ୍ରଚାର ଆରମ୍ଭ କରାଯାଇ ଥିଲେ ହେଁ ପୌରାଧ୍ୟକ୍ଷା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନଥିବାରୁ ଦଳର ଅଧ୍ୟକ୍ଷ ପ୍ରାର୍ଥୀ କିଏ ହେବ ସେନେଇ ଏଯାବତ୍ ସ୍ପଷ୍ଟ ହୋଇନାହିିଁ । ୧୪ ତାରିଖ ଦିନ ପ୍ରାଥିପତ୍ର ପ୍ରତ୍ୟାହାର ପରେ ଆଶାୟୀ ପ୍ରାଥିୀ ମାନଙ୍କ ଚିତ୍ର ସ୍ପଷ୍ଟହେବ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories