www.samajalive.in
Monday, December 15, 2025
14.1 C
Bhubaneswar

ପାକିସ୍ତାନରେ ପଡିଲା ଭାରତର ମିସାଇଲ୍‌ – ଦୃଢ ପ୍ରତିବାଦ ଜଣାଇଲା ପାକିସ୍ତାନ, ଭାରତ କହିଲା ଏପରି ହୋଇଥିବାରୁ….

ନୂଆଦିଲ୍ଲୀ – ପାକିସ୍ତାନରେ ୧୨୩ କିଲୋମିଟର ଭିତରେ ଭାରତର ଏକ ମିସାଇଲ୍‌ ପଡିଛି । ପାକିସ୍ତାନ ପକ୍ଷରୁ ଏହାର ଦୃଢ ପ୍ରତିବାଦ କରାଯାଇଛି । ଭାରତ ଏହି କଥାକୁ ସ୍ୱୀକାର କରିବା ସହ ଏକ ବୈଷୟିକ ତ୍ରୁଟି ଯୋଗୁଁ ଏପରି ହୋଇଥିବା କଥା କହିଛି । ସାରା ବିଶ୍ୱରେ ଏବେ ଯୁଦ୍ଧର ବିଭେଷିକା ଭିତରେ ଏହା ଏକ ନୂଆ ବିବାଦ ସୃଷ୍ଟି କରିଛି ।

ପାକିସ୍ତାନ ସେନା ପକ୍ଷରୁ ଏ ବିଷୟରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯିବା ସହ ଇସଲାମାବାଦରେ ଅବସ୍ଥାପିତ ଭାରତର ମିଶନ ମୁଖ୍ୟଙ୍କୁ ଡକାଇ ଦୃଢ ପ୍ରତିବାଦ କରାଯାଇଛି । ୯ ତାରିଖ ସନ୍ଧ୍ୟା ସମୟରେ ଏହି ଘଟଣା ଘଟିଥିଲା । ସଂଧ୍ୟା ୬ଟା ୪୫ ବେଳେ ଭାରତର ଏକ ମିସାଇଲ୍‌ ପାକିସ୍ତାନ ସୀମା ଭିତରକୁ ୧୨୩ କିଲୋମଟିର ଯିବା ସହ ଖାନେଓ୍ୱଲ ଜିଲ୍ଲାର ମିଆଁ ଚାନୁଠାରେ ପଡିଥିଲା । ମାତ୍ର ଏଥିରେ କୌଣସି କ୍ଷତି ହୋଇ ନଥିବା ସୂଚନା ମିଳିଛି ।

- Advertisement -

ତେବେ ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ ଏହାକୁ ସ୍ୱୀକାର କରିବା ସହ ଏକ ବୈଷୟିକ ତ୍ରୁଟି ଯୋଗୁଁ ଏପରି ହୋଇଥିବା କଥା କହିଛି । ଭାରତ ସରକାର ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି । ପାକିସ୍ତାନ ଏହାର ବିରୋଧ କରିବା ସହ ଏହା ଦାୟିତ୍ୱହୀନତା ବୋଲି ଅଭିଯୋଗ କରିଛି । ଏହା କେଉଁ ମିସାଇଲ୍‌ ତାହା ଜଣା ପଡି ନଥିବା ବେଳେ ଏକ ବ୍ରାହ୍ମୋସ ମିସାଇଲ୍ ହୋଇଥାଇପାରେ ବୋଲି କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories