www.samajalive.in
Wednesday, December 10, 2025
16.1 C
Bhubaneswar

ବିଦ୍ୟୁତ୍‍ ବିଲ୍‍ ଆଦାୟ ବେଳେ ଦାଣ୍ଡମୁକୁନ୍ଦପୁରରେ ଆକ୍ରମଣ

ପିପିଲି:ପିପିଲି ନିକଟବର୍ତ୍ତି ଦାଣ୍ଡମୁକୁନ୍ଦପୁର ଚତୁର୍ଥ ସାହିରେ ବିଦ୍ୟୁତ୍‍ ବିଲ୍‍ ଆଦାୟ କରୁଥିବା ସମୟରେ ବିଦ୍ୟୁତ୍‍ କର୍ମଚାରୀଙ୍କ ଉପରେ ଆକ୍ରମଣ କରାଯାଇ ଟଙ୍କା ଛଡାଇ ନିଆଯାଇଥିବା ସଂପର୍କରେ ପିପିଲି ପୁଲିସରେ ଅଭିଯୋଗ ହୋଇଛି। ଏନେଇ ପୁଲିସରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଜଣକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ବିଦ୍ୟୁତ୍‍ କର୍ମଚାରୀ ଓ ଅଧିକାରୀଙ୍କ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି।

 

- Advertisement -

ପିପିଲି ବିଦ୍ୟୁତ ଉପଖଣ୍ଡ (ସେକ୍ସନ-୨)ର ସହକାରୀ ଯନ୍ତ୍ରୀ ସତ୍ୟପ୍ରକାଶ ବେହେରା ପୁଲିସରେ କରିଥିବା ଅଭିଯୋଗ ଅନୁଯାଇ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ଗୋଟାଏ ସମୟରେ ଶ୍ରୀବେହେରାଙ୍କ ସମେତ ବିଭାଗର ୧୦ଜଣ କର୍ମଚାରୀ ଦାଣ୍ଡମୁକୁନ୍ଦପୁର ଚତୁର୍ଥ ସାହିରେ ବିଦ୍ୟୁତ୍‍ ବିଲ୍‍ ଆଦାୟ କରୁଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ଉକ୍ତ ଗାଁର ନିର୍ଦ୍ଦିଷ୍ଟ କେତେକ ଲୋକ ଆସି ସେମାନଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଚ କରିବା ସହ ‘ଆମେ ପଇସା ଦେବୁ ନାହିଁ, ଲାଇନ କାଟିଲେ ବାଡେଇବୁ’ ବୋଲି ଧମକ ଦେଇ ଅଚାନକ ବାଉଁଶ ଠେଙ୍ଗାରେ ଆକ୍ରମଣ କରିଥିଲେ। ଗାଡି ଡ୍ରାଇଭର ଦିପୁ ପ୍ରଧାନଙ୍କୁ ଗାଡିରୁ ଭିଡି ଆଣି ତାଙ୍କ ମୋବାଇଲ୍‍ ଛଡାଇ ନେଇ ତାଙ୍କୁ ବାଉଁଶରେ ଆକ୍ରମଣ କରିଥିଲେ। ଏହାସହ ସେଠାରେ ଉପସ୍ଥିତ ବିଦ୍ୟୁତ୍‍ କର୍ମଚାରୀ ପ୍ରଣବ ପ୍ରଧାନ, ନିଗମକୃଷ୍ଣ ପଟ୍ଟନାୟକ, ଜିତେନ୍ଦ୍ର ଭଟ୍ଟଚାର୍ଯ୍ୟଙ୍କୁ ସେମାନେ ମାଡ ମାରିବା ସହ ବିଲ୍‍ ଆଦାୟ କରୁଥିବା ବିଦ୍ୟୁତ୍‍ କର୍ମଚାରୀ କାହ୍ନୁ ନାୟକଙ୍କ ଠାରୁ ୧୦ହଜାର ଟଙ୍କା ଛଡାଇ ନେଇଥିବା ନେଇ ଅଭିଯୋଗ ହୋଇଛି।

ଯନ୍ତ୍ରୀ ଶ୍ରୀବେହେରାଙ୍କ ସମେତ କର୍ମଚାରୀଙ୍କୁ ଆକ୍ରମଣକାରୀମାନେ ସେଠାରେ ଅଟକ ରଖିଥିବାବେଳେ ଖବର ପାଇ ପିପିଲି ପୁଲିସ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ଏନେଇ ଶ୍ରୀବେହେରାଙ୍କ ଲିଖିତ ଅଭିଯୋଗ ଆଧାରରେ ପିପିଲି ପୁଲିସରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଜଣେ ଅଭିଯୁକ୍ତକୁ ଅଟକ ରଖି ପୁଲିସ ତଦନ୍ତ ଜାରି ରଖିଥିବା ସଂପର୍କରେ ଆଇଆଇସି ଅଭିମନ୍ୟୁ ନାୟକ ସୂଚନା ଦେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories