www.samajalive.in
Sunday, December 14, 2025
19.1 C
Bhubaneswar

ଅଧିକ ସମୟ ଶୋଉଛନ୍ତି କି? ସାବଧାନ! ଶୀଘ୍ର ହୋଇପାରେ ମୃତ୍ୟୁ

ଯଦି ଆପଣ ସେହି ଲୋକଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ଅଧିକ ଶୋଇବା ପସନ୍ଦ କରନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ। ଏକ ଗବେଷଣା ଅନୁସାରେ, ଯେଉଁ ଲୋକେ ଅଧିକ ସମୟ ଶୁଅନ୍ତି ସେମାନଙ୍କର ଶୀଘ୍ର ମୃତ୍ୟୁ ହେବାର ଆଶଙ୍କା ରହିଛି।

ଗବେଷଣାରୁ ଜଣାପଡ଼ିଛି ଯେ, ଯେଉଁ ଲୋକ ରାତିରେ ୮ ଘଣ୍ଟାରୁ ଅଧିକ ସମୟ ଶୋଇଥା’ନ୍ତି ସେମାନଙ୍କର ଶୀଘ୍ର ମୃତ୍ୟୁ ହେବାର ଆଶଙ୍କା ୭ ଘଣ୍ଟା ଶୋଉଥିବା ବ୍ୟକ୍ତିଙ୍କ ଠାରୁ ଅଧିକ ଥାଏ। ଅଧିକ ସମୟ ଶୋଇବା ଦ୍ୱାରା ହୃଦ୍ ରୋଗ ଏବଂ ହୃଦଘାତ ହେବାର ବିପଦ ବୃଦ୍ଧି ପାଇଥାଏ। ଅଧିକ ଶୋଇବାର ଅର୍ଥ ଲୋକେ କମ ବ୍ୟାୟାମ କରୁଛନ୍ତି, ଯେଉଁଥିରେ ହୃଦ୍ ରୋଗ ସମସ୍ୟା ବଢିବାର ଆଶଙ୍କା ଅଧିକ ରହିଥାଏ। ଗବେଷଣାରୁ ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ଯେଉଁ ଲୋକ ପ୍ରତିଦିନ ୭ ରୁ ୮ ଘଣ୍ଟା ଶୋଇଥା’ନ୍ତି ସେମାନଙ୍କ ମଧ୍ୟରେ ଏହି ଧରଣ ବିପଦର ଆଶଙ୍କା କମ ରହିଥାଏ। ମାତ୍ର ଏହା ମଧ୍ୟ କୁହାଯାଇଛି ଯେ ଯେଉଁ ଲୋକଙ୍କୁ କମ ନିଦ ଆସିଥାଏ ସେମାନଙ୍କ ପାଇଁ ରୋଗ ଓ ମୃତ୍ୟୁର ବିପଦ ଧୀରେ ଧୀରେ ବଢିଥାଏ, ହେଲେ ଏହା ଅଧିକ ସମୟ ଶୋଉଥିବା ଲୋକଙ୍କଠୁ କମ ରହିଥାଏ।

- Advertisement -

ଗବେଷଣାର ସିଦ୍ଧାନ୍ତ ଅନୁସାରେ, ଯେଉଁ ବ୍ୟକ୍ତି ରାତିରେ ୯ ଘଣ୍ଟା ଶୋଉଛନ୍ତି ସେମାନଙ୍କ ମୃତ୍ୟୁହାର ୧୪ ପ୍ରତିଶତ ବୃଦ୍ଧି ପାଇଛି। ଯେଉଁ ଲୋକ ୧୦ ଘଣ୍ଟା ଶୋଉଛନ୍ତି ସେମାନଙ୍କର ୩୦ ପ୍ରତିଶତ ଏବଂ ୧୧ ଘଣ୍ଟା ଶୋଉଥିବା ବ୍ୟକ୍ତିଙ୍କ ମୃତ୍ୟୁ ହାର ୪୭ ପ୍ରତିଶତ ରହିଛି। କେବଳ ଏତିକି ନୁହେଁ ଯେଉଁ ଲୋକେ ୧୦ ଘଣ୍ଟା କିମ୍ବା ତା’ଠାରୁ ଅଧିକ ସମୟ ଶୁଅନ୍ତି ସେମାନଙ୍କର ହୃଦଘାତରେ ମୃତ୍ୟୁର ହାର ୫୬ ପ୍ରତିଶତ ବୃଦ୍ଧି ପାଇଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories