www.samajalive.in
Sunday, December 7, 2025
16.1 C
Bhubaneswar

ବ୍ଲକସ୍ତରୀୟ ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା

ବଡ଼ସାହି: ଉତ୍କର୍ଷର ୯୯ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ସମାଜ’ ପକ୍ଷରୁ ରବିବାର ସ୍ଥାନୀୟ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଅନୁଷ୍ଠିତ ବ୍ଲକସ୍ତରୀୟ ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ୧୩୮ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଚିତ୍ରାଙ୍କନ କନିଷ୍ଠ ବିଭାଗରେ ଅଂଶଗ୍ରହଣ କରିଥିବା ୫୮ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଆୟୁଷ୍ମାନ ଦଣ୍ଡପାଟ ପ୍ରଥମ ହୋଇଥିବା ବେଳେ ଭବାନୀଚରଣ ସିଂ ଦ୍ୱିତୀୟ ଓ ରାଜକିଶୋର ବାସ୍କେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଚିରଶ୍ରୀଚିରମିତା ବାରିକ, ସାଗର ସୋରେନ, ଜିତୁନ ନାଏକ, ହେମାଳ ସୋରେନ, ରାଜେଶ ବେହେରା, ଲାରନ୍ୟ ପତି ଓ ଅଭିଷେକ ପଲେ ଯଥାକ୍ରମେ ୪ର୍ଥରୁ ୧୦ମ ସ୍ଥାନରେ ରହିଛନ୍ତି। ସେହିପରି ଚିତ୍ରାଙ୍କନ ବରିଷ୍ଠ ବିଭାଗରେ ଅଂଶଗ୍ରହଣ କରିଥିବା ୪୮ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ କେସବ ସିଂ ପ୍ରଥମ ହୋଇଥିବା ବେଳେ ଗଣେଶ୍ୱର ବେହେରା ଦ୍ୱିତୀୟ ଓ ନବଜ୍ୟୋତି ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସତ୍ୟନାରାୟଣ ମହାନ୍ତ, ଅନିମେଷ ବେହେରା, ରାହୁଲ କିଶୋର ଜେନା, ଓମ୍‍ ପ୍ରକାଶ ମହାନ୍ତ, ସୁବିତ ଶଙ୍କର ପାତ୍ର, ପ୍ରେମରଞ୍ଜନ ଟୁଡୁ ଓ ଅନାମି ସିଂ ଯଥାକ୍ରମେ ୪ର୍ଥରୁ ୧୦ମ ସ୍ଥାନରେ ରହିଛନ୍ତି।

ପ୍ରବନ୍ଧ ପ୍ରତିଯୋଗିତାରେ ୩୨ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସୁଶୀଲ କୁମାର ଜେନା ପ୍ରଥମ ହୋଇଥିବା ବେଳେ ଜଲି ସିଂ ଦ୍ୱିତୀୟ ଓ ସୁଶ୍ରୀ କସ୍ତୁରୀ ବେହେରା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମିନତୀ ସିଂ, ଚୟନିକା ପତି, ସୁଶାନ୍ତି ବିନ୍ଧାଣୀ, ବିକାଶ କୁମାର ପୃଷ୍ଟି, ମାନସ କୁମାର ସିଂ, ଗାୟତ୍ରୀ ରାଉତ ଓ ଜ୍ଞାନରଞ୍ଜନ ସୋରେନ ଯଥାକ୍ରମେ  ୪ର୍ଥରୁ ୧୦ମ ସ୍ଥାନ ଅଧିକାର କରିଛନ୍ତି।

- Advertisement -

ପ୍ରତିଯୋଗିତାକୁ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟା ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ପୁଣାତ୍ମା ଉତ୍କଳମଣି ଗୋପବନ୍ଧୁଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରତିଯୋଗିତାକୁ ଉଦ୍‍ଘାଟନ କରିଥିଲେ। ବିଚାରକ ଭାବେ ପୁରୁଣାବାରିପଦା କଲେଜର ପ୍ରାଧ୍ୟାପକ ଲିଙ୍ଗରାଜ ନାୟକ ଓ ବାରିପଦାର ଅମ୍ବିକା ପ୍ରସାଦ ମହାପାତ୍ର ପ୍ରବନ୍ଧ ଓ ଚିତ୍ରାଙ୍କନ ଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ବଡ଼ସାହି ବିଇଓ ଦେବବ୍ରତ ବାରିକ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ସମାଜ’ର ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସାଙ୍ଗକୁ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୁଇ ବିଚାରକଙ୍କ ସମେତ ଅନୁଷ୍ଠାନର ସମ୍ପାଦକ ଡ଼ା କୁମାର ବାବୁଲି ଓ ସୁରେଶ୍ଚନ୍ଦ୍ର ପତି ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ସମାଜ ସମ୍ବାଦଦାତା ମନୋଜ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା ସହିତ ପ୍ରାରମ୍ପିକ ସୂଚନା, ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ଗୁରୁଜୀ-ଗୁରୁମା’ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories