www.samajalive.in
Monday, December 15, 2025
15.1 C
Bhubaneswar

ବକେୟା ଦରମା ଦାବିରେ କୋଇଲା ଖଣି ଶ୍ରମିକଙ୍କ ଆନ୍ଦୋଳନ

ରେଙ୍ଗାଲି: ତଲାବିରା ଖଣିରେ ଅଦାନି ଅଧିନସ୍ଥ ଡି.କେ କମ୍ପାନୀରେ ଦିର୍ଘ ୧ ବର୍ଷ ହେବ ବିସ୍ଥାପିତ ପରିବାରର ୧୦ ଜଣ ଶ୍ରମିକ କାର୍ଯ୍ୟ କରୁଛନ୍ତି। ଗତ ଡିସେମ୍ବର ମାସରୁ କମ୍ପାନୀ ଉକ୍ତ କର୍ମଚାରୀ ମାନଙ୍କୁ ଦରମା ଦେଇନାହିଁ। ବାରମ୍ବାର ଅଦାନି ଓ ଏନଏଲସି କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କଲେ ସେଥିରେ ସଫଳତା ମିଳୁନାହିଁ। ପୂର୍ବ ସୂଚନା ମୁତାବକ ଆଜି ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘ ପକ୍ଷରୁ ଉକ୍ତ ୧୦ ଜଣ ଶ୍ରମିକ ଏନଏଲସି ଗେଟ୍ ସାମ୍ନାରେ ଆନ୍ଦୋଳନ କରି ଧାରଣାରେ ବସିଛନ୍ତି। କମ୍ପାନୀ ପକ୍ଷରୁ ଦରମା ଦେବାର ଯଥାଶୀଘ୍ର ପଦକ୍ଷେପ ନ ନେଲେ ଖଣିର କୋଇଲା ଉତ୍ତୋଳନ ଓ ପରିବହନ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘର କାର୍ଯ୍ୟକାରୀ ସଭାପତି ବାବୁଲୁ ରାଉତ ରୋକଠୋକ ଚେତାବନୀ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories