www.samajalive.in
Monday, December 15, 2025
16.1 C
Bhubaneswar

ଦୁଇ ବାଇକ୍ ମୁହାଁମୁହିଁ  ଧକ୍କା : ୩ ଗୁରୁତର

କଲ୍ୟାଣସିଂ ହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ସିକରପାଇ ପଞ୍ଚାୟତର  କ୍ରିକାଲପାଡୁ ଘାଟି ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କାରେ  ୩ ଜଣ ଗୁରୁତର ହୋଇଛନ୍ତି। ରାୟଗଡା ଠାରୁ ଏକ ବାଇକରେ ସ୍ୱାମୀ  ତିଆକା ବିଶ୍ୱନାଥ ,ସ୍ତ୍ରୀ ତିଆକା ୱାନୁ ସିକରପାଇ ପଞ୍ଚାୟତ କଟଲାଙ୍ଗ ଗାଁକୁ ଆସୁଥିବା ବେଳେ ସିକରପାଇ ଠାରୁ ରାୟଗଡା ଅଭିମୁକେ  ଅନ୍ୟ ଏକ ବାଇକରେ ଯାଉଥିବା ସମୟରେ କ୍ରିକାଲପାଡୁ ଘାଟି ଉପରେ ମୁହାଁମୁହିଁ ଧକ୍କାହେବାରୁ ସମସ୍ତେ ଛିଟିକି ପଡ଼ିଥିଲେ। କିଛି ପଥଚାରି ଏହି ଘଟଣାପରେ ସିକରପାଇକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ କିଛି ଯୁବକ ପହଞ୍ଚି ଗୁରୁତ୍ୱର  ସ୍ୱାମୀ ଓ ସ୍ତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲା ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଅନ୍ୟ ଗୁରୁତର ଆହତଙ୍କୁ ପ୍ରଥମେ ସିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ କେହି ଡାକ୍ତର ନଥିବାରୁ ବାଧ୍ୟ ହୋଇ କଲ୍ୟାଣସିଂ ହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଏଠାରେ ମଧ୍ୟ କୌଣସି ଡାକ୍ତର ନଥିବାରୁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିବା ଜଣାପଡିଛି ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories