www.samajalive.in
Friday, December 12, 2025
14.1 C
Bhubaneswar

ଏଥର ଦଶହରାରେ ସୁନା ଓ ଚାନ୍ଦି ଗୁଣ୍ଡ ମିଶ୍ରିତ ମିଠା

ଆଉ ଦିନ କେଇଟାରେ ଭାରତର ବିଭିନ୍ନ ପ୍ରାନ୍ତରେ ଦଶହରାର ପ୍ରସ୍ତୁତି ଆରମ୍ଭ ହୋଇଯିବ। ଗୁଜରାଟ୍‌ର ପ୍ରତ୍ୟେକ ଅଞ୍ଚଳରେ ନବରାତ୍ରି ବେଶ୍ ଜାକଜମକରେ ପାଳନ କରାଯାଇଥାଏ। ଚଳିତ ଥର ‘ରାଖି ପୂନେଇଁ’ ଅବସରରେ ସୁରଟ୍‌ର ଏକ ମିଠା ଦୋକାନୀ ଭାରତର ସବୁଠୁ ଦାମୀ ମିଠା ତିଆରି କରିଥିଲେ। ସେହି ଦୋକାନୀ ଦୁର୍ଗା ପୂଜା ନିମନ୍ତେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ରାଖି ପୂନେଇଁରେ ତାଙ୍କ ଦୋକାନରେ ‘ସୁନା ମିଠା’ ବିକ୍ରି ହୋଇଥିଲା, ଯାହାର ମୂଲ୍ୟ କିଲୋ ପିଛା ୯ହଜାର ଟଙ୍କା ଥିଲା। ସୁନା ଗୁଣ୍ଡକୁ ଏଥିରେ ବ୍ୟବହାର କରାଯାଇଥିଲାବେଳେ ମିଠାର ନାମ ‘୨୪ କ୍ୟାରେଟ୍ ମିଠାଇ ମ୍ୟାଜିକ୍’ ରଖାଯାଇଥିଲା। ରାଖି ପୂନେଇଁ ଅବସରରେ ପ୍ରସ୍ତୁତ ହୋଇଥିବା ଏହି ବିଶେଷ ସୁନା ମିଠା ତାଙ୍କ ଦୋକାନରେ ୧୧କିଲୋ ବିକ୍ରି ହୋଇଥିବାର ଜନୈକ କର୍ମଚାରୀ କହିଛନ୍ତି।

ଅନ୍ୟ ପାଖେ ଦୁର୍ଗା ପୂଜା ନିମନ୍ତେ ସେ ସୁନା ଓ ଚାନ୍ଦି ଗୁଣ୍ଡ ମିଶ୍ରିତ ମିଠା ତିଆରି କରିବେ ବୋଲି ଏବେଠାରୁ ଘୋଷଣା କରିଛନ୍ତି। ଗୁଜରାଟ୍‌ର ସ୍ଥାନୀୟ ଲୋକଙ୍କ ଆଗ୍ରହ ଦେଖି ଏଥରକ ଅଧିକ ପରିମାଣରେ ମିଠା ତିଆରି କରାଯିବ ବୋଲି ମାଲିକ ସ୍ଥିର କରିଛନ୍ତି। ଦୋକାନ ମାଲିକ ଏହା ମଧ୍ୟ କହିଛନ୍ତି ରୁପା ବାସନରେ ଭୋଜନ କରିବା ସ୍ବାସ୍ଥ୍ୟ ପକ୍ଷେ ହିତକର ବୋଲି ପୂର୍ବରୁ କୁହାଯାଇଛି। ଏଣୁ ଏଇ ମିଠା ମଧ୍ୟ ସ୍ବାସ୍ଥ୍ୟ ପକ୍ଷେ ଉତ୍ତମ ବୋଲି ସେ ପୂର୍ବରୁ ପରୀକ୍ଷା କରାଇ ବିକ୍ରି କରୁଛନ୍ତି।

- Advertisement -

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories