www.samajalive.in
Monday, December 15, 2025
27.1 C
Bhubaneswar

ୟେ ପବ୍ଲିକ ହେ, ସବ୍‍ ଜାନ୍‍ତା ହେ

ପାଟନା: ରାଫେଲ୍‍ ଦୁର୍ନୀତି ପ୍ରସଙ୍ଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବଲିଉଡ୍‍ ତାରକା ଶତୃଘ୍ନ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଫେଲ୍‍ ଡିଲ୍‍ ରାଜନୈତିକ ପ୍ରସଙ୍ଗ ହୋଇସାରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ଶ୍ରୀ ସିହ୍ନା ନାପସନ୍ଦ କରିଛନ୍ତି। ବିଶେଷକରି ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାଙ୍କୋଇସ୍‍ ହଲାଣ୍ଡେଙ୍କ ମନ୍ତବ୍ୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ସମ୍ପର୍କରେ ସ୍ପଷ୍ଟୀକରଣ ରଖିବା ଉଚିତ ବୋଲି ସେ କହିଛନ୍ତି।
ଏକ ଟ୍ୱିଟ୍‍ ଜରିଆରେ ବିହାର ପାଟ୍‍ନା ସାହେବ ସାଂସଦ ଶ୍ରୀ ସିହ୍ନା କହିଛନ୍ତି ଯେ ଏନ୍‍ଡିଏ ଅମଳରେ ହୋଇଥିବା ଚୁକ୍ତିରେ ରାଫେଲ୍‍ ବିମାନ କ୍ରୟ ମୂଲ୍ୟ ଉପା ଅମଳରେ ହୋଇଥିବା ଚୁକ୍ତି ମୂଲ୍ୟଠାରୁ ତିନିଗୁଣା ଅଧିକ ବୋଲି ଅଭିଯୋଗ ଆସୁଛି। ଚୁକ୍ତି ଓ ସର୍ତ୍ତ କଣ ଥିଲା ତାହା ଆପଣ ହିଁ ସବୁଠାରୁ ଭଲ ଭାବରେ ଜାଣିଛନ୍ତି। ତେଣୁ ଲୋକଙ୍କୁ ଏ ସମ୍ପର୍କରେ ସତ କଣ ତାହା ଜଣାଇବାର ଏହା ହିଁ ପ୍ରକୃଷ୍ଟ ସମୟ। ବଲିଉଡ୍‍ର ପୂର୍ବତନ ସୁପରଷ୍ଟାର ରାଜେଶ ଖାନ୍ନା ଅଭିନୀତ ବଲିଉଡ୍‍ ଚଳଚ୍ଚିତ୍ର ଦୁଷ୍ମନ୍‍ରେ ଥିବା ଗୀତର ଏକ ପଂକ୍ତି ଉଦ୍ଧାର କରି ଶତୃଘ୍ନ ସିହ୍ନା କହିଛନ୍ତି ଯେ ‘ସାର ଜି! ୟେ ପବ୍ଲିକ୍‍ ହେ, ସବ୍‍ ଜାନ୍‍ତା ହେ।’

Hot this week

ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories