www.samajalive.in
Sunday, December 7, 2025
23.1 C
Bhubaneswar

ଶିଳ୍ପ ଭିତ୍ତିଭୂମି ବିକାଶ ପାଇଁ ୬ ନୂଆ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର : ରାଜ୍ୟରେ ଶିଳ୍ପ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୪ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ୬ଟି ନୂଆ ପ୍ରକଳ୍ପ ଅନୁମୋଦନ କରିଛନ୍ତି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିଳ୍ପାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠିର ଅନ୍ତର୍ବିଭାଗୀୟ ସମନ୍ୱୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ରାଜ୍ୟରେ ଥିବା ବିଭିନ୍ନ ଇଡକୋ ଶିଳ୍ପାଞ୍ଚଳର ଭିତ୍ତିଭୂମି ବିକାଶ ଅନୁଧ୍ୟାନ କରି ଶିଳ୍ପାନୁଷ୍ଠାନ ପାଇଁ ଭୂତଳ ଜଳ ବ୍ୟବହାର ନିଷିଦ୍ଧ କରିବାକୁ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଛନ୍ତି।
ଇଡ୍‍କୋର ମୁଖ୍ୟ ପରିଚାଳନା ନିର୍ଦେଶକ ସଞ୍ଜୟ କୁମାର ସିଂହ ପ୍ରକଳ୍ପଗୁଡ଼ିକର ବୈଷୟିକ ଓ ଆର୍ଥିକ ବିଷୟ ସମ୍ବନ୍ଧିତ ବିଷୟବସ୍ତୁ ଉପସ୍ଥାପନ କରିଥିଲେ। ବୈଠକରେ ପାରାଦ୍ୱୀପ ପ୍ଲାଷ୍ଟିକ ପାର୍କ, ଅନୁଗୋଳ ଆଲୁମିନିୟମ୍‍ ପାର୍କ, ଖୋର୍ଦ୍ଧା ଜିଲାସ୍ଥିତ ଜୟମଙ୍ଗଳ ଶିଳ୍ପାଞ୍ଚଳ, ଛତାବର ଶିଳ୍ପାଞ୍ଚଳ, କଟକ ଜିଲାସ୍ଥିତ ରାମଦାସପୁର ଶିଳ୍ପାଞ୍ଚଳ ଏବଂ ନବରଙ୍ଗପୁର ଜିଲାସ୍ଥିତ ବାମୁଣୀ ଶିଳ୍ପାଞ୍ଚଳ ଆଦିର ଭିତ୍ତିଭୂମି ବିକାଶ ବିଷୟରେ ସବିଶେଷ ଆଲୋଚନା ହୋଇଥିଲା। ଏସବୁ ସ୍ଥାନ ପାଇଁ ମୁଖ୍ୟତଃ ‘ହାଇ ଲେଭଲ୍‍ ବ୍ରିଜ୍‍’ ନିର୍ମାଣ, ବାହ୍ୟ ସଂଯୋଗୀକରଣ ରାସ୍ତା ବିକାଶ, ବିଦ୍ୟୁତ୍‍ ଯୋଗାଣ, ବାହ୍ୟ ଜଳଯୋଗାଣ ଆଦି ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରାଯାଇଥିଲା। ଚଳିତ ଆର୍ଥିକବର୍ଷରେ ପ୍ରକଳ୍ପ ବାବଦରେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୪ହଜାର କୋଟି ଟଙ୍କାର ବ୍ୟୟ କରିବେ।
ରାଜ୍ୟ ସରକାର ଶିଳ୍ପାଞ୍ଚଳ ଭିତ୍ତିଭୂମି ଉନ୍ନୟନ ପାଣ୍ଠି ଗଠନ କରିଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ଏହି ପାଣ୍ଠିରୁ ୩ଟି ଶିଳ୍ପାଞ୍ଚଳରେ ରାସ୍ତା, ଲୁଣା ଘେରିବନ୍ଧ ଏବଂ ଡ୍ରେନେଜ୍‍ ଆଦି ନିର୍ମାଣ ପାଇଁ ସରକାର ପ୍ରାୟ ୪୮୨୯କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ କରିଥିଲେ। ଇତିମଧ୍ୟରେ ଏସବୁ ପ୍ରକଳ୍ପର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ କରାଯାଉଥିବା ଇଡ୍‍କୋର ସିଏମ୍‍ଡି ଶ୍ରୀ ସିଂ କହିଥିଲେ।
ବୈଠକରେ ଅର୍ଥ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତୁହିନକାନ୍ତ ପାଣ୍ଡେ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା, ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଡ.ମୋନା ଶର୍ମା, ଶକ୍ତି ସଚିବ ହେମନ୍ତ କୁମାର ଶର୍ମା, ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନଙ୍କ ସହ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories