www.samajalive.in
Tuesday, December 9, 2025
16.1 C
Bhubaneswar

କଳାବ୍ୟାଜ୍‍ ପିନ୍ଧି ପାଠପଢ଼ାଇବେ ଶିକ୍ଷକ: ମିଳିତ ମଞ୍ଚ

ଭୁବନେଶ୍ୱର : ଦୁଇ ଦୁଇଥର ମନ୍ତ୍ରିସ୍ତରୀୟ ବୈଠକ ବସି ମିଳିତମଞ୍ଚ ସହିତ ଆଲୋଚନା କଲେ, କିନ୍ତୁ ସରକାର ତାଙ୍କ ଜିଦ୍‍ରେ ଅଟଳ ଥିବାରୁ ସମସ୍ୟା ସମାଧାନର ରାସ୍ତା ଫିଟୁ ନାହିଁ। ଶିକ୍ଷକ ଓ ଅଧ୍ୟାପକଙ୍କ ଦାବି ପ୍ରତି ସରକାର କର୍ଣ୍ଣପାତ କରୁନଥିବାରୁ ୩୦ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସଂପୂର୍ଣ୍ଣ ବନ୍ଦ । ଆସନ୍ତା ୨୪ ତାରିଖ ଠାରୁ ପ୍ରିବୋର୍ଡ-୧ ପରୀକ୍ଷା ଆରମ୍ଭ ହେବ। କିନ୍ତୁ ସରକାର ଆଦୌ ବିଚଳିତ ନୁହନ୍ତି। ତା’ ସତ୍ତ୍ବେ ଅଭିଭାବକଙ୍କ ପରାମର୍ଶ ଓ ଛାତ୍ର ଛାତ୍ରୀଙ୍କ ସ୍ୱାର୍ଥକୁ ସମ୍ମାନ ଜଣାଇ ଶିକ୍ଷକମାନେ କଳାବ୍ୟାଜ ପରିଧାନ କରି ପରୀକ୍ଷାରେ ସହଯୋଗ କରିବେ ଏବଂ ପାଠପଢ଼ା ହେବ ବୋଲି ମିଳିତ ମଞ୍ଚ ଘୋଷଣା କରିଛି। ଦାବିପୂରଣ ନ ହେବା ଯାଏ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ମିଳିତ ମଞ୍ଚର ତିନି ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି, ଗୋଲକ ନାୟକ ଓ ପବିତ୍ର ମହାଲା ସାମ୍ବାଦିକ ସମ୍ମିଳନୀ ଜଣାଇଛନ୍ତି। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତମଞ୍ଚର ଆହ୍ୱାନରେ ଷାଠିଏ ହଜାର ଶିକ୍ଷକ ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ ଆଜକୁ ୩୮ ଦିନ ହେଲା ନିଜର ହକ୍‍ ହାସଲ ପାଇଁ ରାଜରାସ୍ତାରେ ଖୋଲା ଆକାଶ ତଳେ ବସି ରହିଛନ୍ତି। ବିଭାଗୀୟ ମନ୍ତ୍ରୀମାନେ ଅସହାୟ ଓ କେବଳ ଆତ୍ମରକ୍ଷା ପାଇଁ ମିଛ କହୁଛନ୍ତି। ଜନସାଧାରଣଙ୍କୁ ଭୁଆଁ ବୁଲେଇବା ପାଇଁ ପୁରୁଣା କଥାକୁ ବାରମ୍ବାର ଗଣମାଧ୍ୟମରେ ପ୍ରକାଶ କରୁଛନ୍ତି। ଅପରପକ୍ଷେ ମିଳିତମଞ୍ଚ ତରଫରୁ କୁହାଯାଇଛି ପିଲା ହେଉଛନ୍ତି ଆମର ସମ୍ପଦ। ୩୦ ବର୍ଷ ଧରି ଛାତଙ୍କ ପ୍ରତି ଶିକ୍ଷକମାନେ ଅବହେଳା କରି ନାହାନ୍ତି ,ଏପରିକି ଛୁଟିରେ ମଧ୍ୟ ପାଠ ପଢ଼ାଇଛନ୍ତି। କିନ୍ତୁ ଦାବି ପୂରଣ ନ ହେବାଯାଏ କୌଣସି ପରିପ୍ରେକ୍ଷୀରେ ଆନ୍ଦୋଳନରୁ ଓହରିବୁ ନାହିଁ ବୋଲି ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛିି।
ଆନ୍ଦୋଳନକୁ ତୀବ୍ରତର କରାଯାଇ ପ୍ରତି ଗାଁରେ ଜନଦରବାର କରାଯିବ। ଜନସାଧାରଣ ଗଢ଼ିଥିବା ସ୍କୁଲ କଲେଜକୁ ସରକାର କେମିତି ବନ୍ଦ କରିଦେବା ପାଇଁ ଚକ୍ରାନ୍ତ କରୁଛନ୍ତି ତାହା ଜଣାଇବୁ ବୋଲି ଶିକ୍ଷକ ନେତାମାନେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories