www.samajalive.in
Sunday, December 14, 2025
17.1 C
Bhubaneswar

ଭିସୁଟ ଛାତ୍ରଙ୍କ କୃତୀତ୍ୱ ; ପାଣି ଅପଚୟକୁ ରୋକିବା ପାଇଁ ସ୍ୱୟଂଚାଳିତ ଟ୍ୟାପ

ବୁର୍ଲା : ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ)ର ୨୦୨୧ ବ୍ୟାଚର ନିତେଶ କୁମାର କାବି ଆଇଡ଼ିଆ ଏବଂ ଇନୋଭେସନ ସେଲର ଏକ ନୁତନ ମ।ଇଲ ଖୁଣ୍ଟ ଯୋଡ଼ିଛନ୍ତି। ଭିସୁଟର କେତେକ ପ୍ରତିଷ୍ଠିତ ପ୍ରଫେସର ମାନେ ତାଙ୍କର ପ୍ରୋଜେକ୍ଟରେ ଏକ ସ୍ମାର୍ଟ ସ୍ୱୟଂଚାଳିତ ପାଣି ଟ୍ୟାପ ଓ ସୁଚକକୁ ସଫଳତାର ସହିତ ପ୍ରକାଶ କରିଛନ୍ତି। କିଛିବର୍ଷ ପୁର୍ବେ ଉତ୍ପାଦନ ଇଞ୍ଜିନିୟରିଙ୍ଗ ବିଭାଗର ସହକାରୀ ପ୍ରଫେସର ୰ବିରେନ୍ଦ୍ର କୁମାର ବାରିକ ପୁଲହ ହଲ ଅଫ୍ ରେସିଡ଼େନ୍ସରେ ଜଳ ଅପଚୟ ହେବାର ଏକ ପ୍ରମୁଖ ପ୍ରସଙ୍ଗ ଉପରେ ନଜର ରଖିଥିଲେ। ସେ ତାଙ୍କ ଛାତ୍ର ନିତେଶ କୁମାର କବିଙ୍କ ସହ ଆଲୋଚନା କରିଥିଲେ। ଯଦିଓ ପମ୍ପଗୁଡ଼ିକ ପୁର୍ଣ୍ଣ କ୍ଷମତାରେ ଚାଲୁଥିଲା ଟ୍ୟାଙ୍କ ଗୁଡ଼ିକ ଏହାର ପୁର୍ଣ୍ଣ କ୍ଷମତାକୁ କେବେ ବି ପୁର୍ଣ୍ଣ କରେ ନାହିଁ। ପୁରା ଛାତ୍ରାବାସ ଆଠ ମହଲା ବିଶିଷ୍ଟ କୋଠା ଅଟେ ଯେଉଁଠାରେ ଟ୍ୟାପ ଖୋଲା ଯାଇଥାଏ ଏବଂ ଲିକେଜ ସମାସ୍ୟା ଚିହ୍ନଟ ହୋଇଥିଲା ଯେଉଁଥିପାଇଁ ବିପୁଳ ପରିମାଣର ଜଳ ନଷ୍ଟ ହେବା ସହ ଜଳ ସଂରକ୍ଷଣ ସମାସ୍ୟା ସୃଷ୍ଟି କରିଥାଏ। ସେମାନେ ଦେଖିଲେ ଯେ ଅଧିକାଂଶ ଛାତ୍ର ଏଥିରୁ ଜଳ ବାହାରକୁ ନ ଆସିଲେ ଜାଣିଶୁଣି ଟ୍ୟାପ ଖୋଲା ରଖନ୍ତି।

ଯେତେବେଳେ ଖାଲି ଟ୍ୟାଙ୍କରରେ ପାଣି ପମ୍ପ କରାଯାଏ ଏହାର କିଛି ଅଂଶ ସେହି ଖୋଲା ଟ୍ୟାପ ମାଧ୍ୟମରେ ନଷ୍ଟ ହୋଇଥାଏ। ସେମାନେ ଏହାକୁ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କଲେ। ଏହି ସମାସ୍ୟା ଉପରେ କାମ କରି ଏକ ସ୍ୱୟଂଚାଳିତ ସ୍ମାର୍ଟ ଟ୍ୟାପ ଏବଂ ସୁଚକ ଧାରଣା ସୃଷ୍ଟି କଲେ। ଏହି ସ୍ୱୟଂଚାଳିତ ଟ୍ୟାପ କେବଳ ବ୍ୟବହାର କାରୀଙ୍କୁ କେବଳ ଟ୍ୟାଙ୍କଟି ଖାଲି ହେବା ସୁଚନା ଦେଇ ଥାଏ ତାହା ନୁହେଁ ଏହା ସହିତ ନିଜକୁ ଲକ ମଧ୍ୟ କରିଥାଏ ଯାହାଫଳରେ ପାଣି କେହି ନଷ୍ଟ କରିପାରିବେ ନାହିଁ। ବହୁ ବର୍ଷର ନିଷ୍ଠା ଏବଂ ପରିଶ୍ରମ ପରେ ଏହି ପ୍ରୋଜେକ୍ଟ ଶେଷରେ ବିଶିଷ୍ଟ ପ୍ରଫେସର ସ୍ୱର୍ଗତ ବିରେନ୍ଦ୍ର କୁମାର ବାରିକ, ଡ ତ୍ରୁପ୍ତିରଞ୍ଜନ ମହାପାତ୍ର, ଡ ଦେବଦତ୍ତ ମିଶ୍ରଙ୍କ ଅଧିନରେ ପ୍ରକାଶିତ ହେଲା। ଏହିପରି ଅଭିନବ ଆଇଡ଼ିଆ ଇନୋଭେସନ ସେଲ ଭିସୁଟ ସର୍ବଦା ନୁତନତ୍ୱକୁ ପ୍ରୋତ୍ସାହିତ କରିବ ଏବଂ ଆସନ୍ତାକାଲି ମଧ୍ୟ ଜଣେ ଉଦ୍ଭାବକଙ୍କୁ ସୃଷ୍ଟି କରିପାରିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories