www.samajalive.in
Saturday, December 13, 2025
14.1 C
Bhubaneswar

ଭିଟାମିନ୍‌ ସି’ ଜରୁରୀ

ଭିଟାମିନ୍‌ ସି’ ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ। ପ୍ରାକୃତିକ ଉତ୍ସରୁ ଏହି ଭିଟାମିନ୍‍ ଏବଂ ପୋଷକ ତତ୍ତ୍ୱ ଆହରଣ କରିବା ସର୍ବୋତ୍ତମ। ଯଦିଓ ଅସୁସ୍ଥତା କ୍ଷେତ୍ରରେ ଭିଟାମିନ୍‍ ସି’ ବଟିକା ନେଇପାରନ୍ତି, ତେବେ ଏହା ଡାକ୍ତରଙ୍କ ପରାମର୍ଶ କ୍ରମେ କରିବା ଜରୁରୀ। ଶରୀର ଏହାକୁ ପ୍ରସ୍ତୁତ କରିପାରୁନଥିବାରୁ ଖାଦ୍ୟ ଏବଂ ସପ୍ଲିମେଣ୍ଟରୁ ଏହି ଭିଟାମିନ ଗ୍ରହଣ କରିବାକୁ ପଡେ। ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଗୋଟିଏ କମଳା, ବ୍ରୋକୋଲି ଏବଂ ନାଲି ଲଙ୍କାରୁ ଦିନକର ପର୍ଯ୍ୟାପ୍ତ ଭିଟାମିନ୍‍ ସି’ ମିଳିପାରେ।

ଏହା ଦୈନିକ ୬୫ରୁ ୯୦ ମିଲିଗ୍ରାମ ଆବଶ୍ୟକ ହେଉଥିବା ବେଳେ ୨୦୦୦ ମିଲିଗ୍ରାମ ପର୍ଯ୍ୟନ୍ତ ସେବନ କରାଯାଇପାରିବ। ଖାଦ୍ୟରୁ ମିଳୁଥିବା ଭିଟାମିନ୍‍ ସି’ କ୍ଷତିକାରକ ହୋଇନଥିଲେ ବି ସପ୍ଲିମେଣ୍ଟର ଅଧିକ ସେବନ ମୁଣ୍ଡବ୍ୟଥା, ବାନ୍ତି, ନିଦ୍ରାହୀନତା ଆଦି ସମସ୍ୟା ସୃଷ୍ଟି କରିପାରେ। ଏମିତିରେ ଭିଟାମିନ୍‍ ସି’ ଥିବା ଖାଦ୍ୟପଦାର୍ଥର ତାଲିକା ଖୁବ୍‍ ଦୀର୍ଘ। ତେବେ ସାଧାରଣତଃ କମଳା, ଲେମ୍ବୁ, ପିଜୁଳି, ଜୁଆଣି, କିୱି, ଲିଚୁ, ଅମୃତଭଣ୍ଡା, ଷ୍ଟ୍ରବେରୀ ଆଦିରୁ ଏହା ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ। ଚୋପା ସହ ଗୋଟିଏ ଲେମ୍ବୁରେ ପ୍ରାୟ ୮୩ ମିଲିଗ୍ରାମ ଭିଟାମିନ୍‍ ସି’ ରହିଛି।

- Advertisement -

ଏହା ଅଭାବରେ ସ୍କର୍ଭି ରୋଗ ହୋଇଥାଏ। ପୂର୍ବରୁ ସ୍କର୍ଭି ରୋକିବା ଲାଗି ନାବିକମାନଙ୍କୁ ଲେମ୍ବୁ ଦିଆଯାଉଥିଲା।nn

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories