www.samajalive.in
Monday, December 15, 2025
14.1 C
Bhubaneswar

ବାଙ୍କୀ: ବିଜୟୀ ସରପଞ୍ଚ ଓ ସମିତିସଭ୍ୟଙ୍କ ତାଲିକା

ବାଙ୍କୀ: ଡମପଡା ବ୍ଲକ ୩୮ନଂ ଜୋନର ସରପଞ୍ଚ ଓ ସମିତିସଭ୍ୟମାନଙ୍କର ନିର୍ବାଚନ ଫଳାଫଳ ରବିବାର ପ୍ରକାଶ ପାଇଛି। ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, କୁଶପଙ୍ଗି ପଞ୍ଚାୟତର ସରପଞ୍ଚ ନରେଶ ଚନ୍ଦ୍ର ବେଉରା, ସମିତିସଭ୍ୟ ଗୀତାଞ୍ଜଳୀ ବେଉରା, ଡମପଡା ପଞ୍ଚାୟତର ସରପଞ୍ଚ ରୁପାଲି ପରିଜା, ସମିତିସଭ୍ୟ ଗୋଲାପ ମାଝୀ, ଦୁଲଣାପୁର ପଞ୍ଚାୟତର ସରପଞ୍ଚ ସବିତା ସାହୁ, ସମିତିସଭ୍ୟ ପ୍ରଣବ ପଟ୍ଟେଲ, ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ଦାସ, ସମିତିସଭ୍ୟ ରଞ୍ଜିତା ମଲ୍ଲିକ, ପାଥପୁର ପଞ୍ଚାୟତର ସରପଞ୍ଚ ସୁରେଶ କୁମାର ପରିଡା, ସମିତିସଭ୍ୟ ନରେନ୍ଦ୍ର କୁମାର ସାହୁ, ତାଳବସ୍ତ ପଞ୍ଚାୟତର ସରପଞ୍ଚ ଜ୍ୟୋର୍ତିମୟୀ ସାହୁ, ସମିତିସଭ୍ୟ ସଞ୍ଜୁକ୍ତା ବରାଡ, ଭଗିପୁର ପଞ୍ଚାୟତର ସରପଞ୍ଚ ସନ୍ତୋଷ କୁମାର ସୁତାର, ସମିତିସଭ୍ୟ ଶକୁନ୍ତଳା ଜେନା ଏବଂ ବାଆଁରା ପଞ୍ଚାୟତର ସରପଞ୍ଚ ରଶ୍ମିତା ସାହୁ ଓ ସମିତିସଭ୍ୟ ଭାବରେ ରୀତା ସାହୁ ଯଥାକ୍ରମେ ନିର୍ବାଚିତ ହୋଇଛନ୍ତି।

ସେହିପରି ବାଙ୍କୀ ବ୍ଲକ ୩୫ନଂ ଜୋନର ସରପଞ୍ଚ ଓ ସମିତିସଭ୍ୟଙ୍କ ନିର୍ବାଚନ ଫଳାଫଳ ଅନୁଯାୟୀ ପୁଇଁଚା ପଞ୍ଚାୟତର ସରପଞ୍ଚ ଯୁଗଳ ବେହେରା, ସମିତିସଭ୍ୟ କୃଷ୍ଣ ଚନ୍ଦ୍ର ବେହେରା, ବରପୁଟ ପଞ୍ଚାୟତର ସରପଞ୍ଚ ଅଶୋକ ମିଶ୍ର, ସମିତିସଭ୍ୟ ମମତା ଦେହୁରୀ, ବ୍ରହ୍ମପୁରା ପଞ୍ଚାୟତର ସରପଞ୍ଚ ରଶ୍ମିତା ବାରିକ, ସମିତିସଭ୍ୟ ମିଟିନି ପ୍ରଧାନ, ଅନୁୟାରୀ ପଞ୍ଚାୟତର ସରପଞ୍ଚ ମଞ୍ଜୁଲତା ଦାସ, ସମିତିସଭ୍ୟ ଅମ୍ବିକା ସେଠ, କିଆପଲ୍ଲା ପଞ୍ଚାୟତର ସରପଞ୍ଚ ଗୀତାଞ୍ଜଳୀ ସାହୁ, ସମିତିସଭ୍ୟ ବିରଞ୍ଚି କୁମାର ସାହୁ ଓ ଗୋଳାଗଣ୍ଡ ପଞ୍ଚାୟତର ସରପଞ୍ଚ ପ୍ରଫୁଲ୍ଲ ସେନାପତି ଓ ସମିତିସଭ୍ୟ ଭାବରେ ଲିଜା ରାଉତ ନିର୍ବାଚିତ ହୋଇଛନ୍ତି। ତାଳବସ୍ତ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଜ୍ୟୋତିର୍ମୟୀ ସାହୁ, ବ୍ରହ୍ମପୁରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ରଶ୍ମିତା ବାରିକ ଏବଂ ସମିତିସଭ୍ୟ ପ୍ରାର୍ଥୀ ମିଟିନି ପ୍ରଧାନ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦିତା କରି ନିର୍ବାଚିତ ହୋଇଛନ୍ତି। ଅନ୍ୟ ସମସ୍ତ ସରପଞ୍ଚ ଏବଂ ସମିତିସଭ୍ୟ ପ୍ରାର୍ଥୀମାନେ ବିଜେଡି ସମର୍ଥିତ ପ୍ରାର୍ଥୀ ଭାବରେ ବାଜିମାତ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories