www.samajalive.in
Sunday, December 14, 2025
19.1 C
Bhubaneswar

ବାଙ୍କୀ ନିର୍ବାଚନ ମଣ୍ଡଳୀ ୩୫ ଓ ୩୮ନଂ ଜୋନରେ ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ବିଜୟ

ବାଙ୍କୀ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବାଙ୍କୀ ନିର୍ବାଚନ ମଣ୍ଡଳୀର ୩୫ନଂ(ବାଙ୍କୀ) ଓ ୩୮ନଂ(ଡମପଡା) ଜିଲ୍ଲାପରିଷଦ ଜୋନରେ ରବିବାର ଭୋଟ ଗଣତି ହୋଇଛି। ବାଙ୍କୀ ବ୍ଲକ ୩୫ନଂ ଜୋନର ସଞ୍ଜୟ କୁମାର ପାତ୍ର(ବିଜେଡି) ୭୬୮୨ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ସଞ୍ଜୟ କୁମାର ପାତ୍ର ୧୪ହଜାର ୯୨୨ଖଣ୍ଡ ଭୋଟ ପାଇଥିଲା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ଦଳର ରମେଶ ସେନାପତି ୭ହଜାର ୨୪୦ଖଣ୍ଡ ଭୋଟ ପାଇଛନ୍ତି। ବିଜେପି ପ୍ରାର୍ଥୀ ରବିନ୍ଦ୍ର କୁମାର ସାହୁ ୨୯୬୪ଖଣ୍ଡ ଭୋଟ ପାଇଛନ୍ତି।

ସେହିପରି ଡମପଡା ବ୍ଲକ ୩୮ନଂ ଜୋନରେ ଆଶିଷ କୁମାର ସାହୁ(ବିଜେଡି) ୧୨୧୯୪ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି। ଆଶିଷ କୁମାର ସାହୁ ମୋଟ ୧୮ହଜାର ୧୭୬ଖଣ୍ଡ ଭୋଟ ପାଇଥିଲାବେଳେ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ଦଳର ପ୍ରଶାନ୍ତ କୁମାର ମହାନ୍ତି ୫ହଜାର ୯୮୨ଖଣ୍ଡ ଭୋଟ ପାଇଛନ୍ତି। ବିଜେପିର ଅନନ୍ତ ନାରାୟଣ ମିଶ୍ର ୫ହଜାର ୯୧୨, ସ୍ୱାଧୀନ ପ୍ରାର୍ଥୀ ଦୀପକ କୁମାର ରାଉତ ୧୭୧, ନିତ୍ୟାନନ୍ଦ ବେହେରା ୪୭, ଆମ ଆଦମୀ ପାର୍ଟିର ଶିଶିର କୁମାର ଦାସ ୫୪ଖଣ୍ଡ ଭୋଟ ପାଇଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories