www.samajalive.in
Monday, December 15, 2025
26.1 C
Bhubaneswar

ପୁଣି ଗାଈ ପାଟିରେ ଫୁଟିଲା ବୋମା; ଗ୍ରାମବାସୀଙ୍କ ରାସ୍ତାରେ ଧାରଣା

ବାଙ୍କୀ: ଡମପଡା ବ୍ଲକ ଅନ୍ତର୍ଗତ କରବର ଗ୍ରାମରେ ପୁଣି ଗାଈ ପାଟିରେ ଫୁଟିଲା ବୋମା। ଏହାକୁ ନେଇ ଉତ୍ୟକ୍ତ ଗ୍ରାମବାସୀ ସୋମବାର ଅପରାହ୍ନରେ ରାସ୍ତାରେ ଟାୟାର ଜାଳି ଧାରଣା ଦେଇଛନ୍ତି। ପ୍ରାପ୍ତ ଖବର ଅନୁଯାୟୀ, ଏହି ଗ୍ରାମର ନଇଆ ବେହେରାଙ୍କ ଗାଈ ଗୋଠ କରବର ଶୁକୁଆଖଳା ରାସ୍ତା ପାର୍ଶ୍ବ ଚରା ଭୂଇଁରେ ଚରୁଥିଲା ବେଳେ ଏକ ବୋମା ଖାଦ୍ୟ ଭାବି ଖାଇଦେବାରୁ ବୋମାଟି ବିସ୍ଫୋରଣ ହୋଇଥିଲା। ପ୍ରଭାବରେ ଗାଈର ପାଟି ଓ ମୁହଁ ସମ୍ପୂର୍ଣ୍ଣ କ୍ଷତ ବିକ୍ଷତ ହୋଇ ଗୁରୁତର ହୋଇଛି। ପରିବାର ପକ୍ଷରୁ ଗାଈକୁ ଗ୍ରାମ ନିକଟ ପୋଖରୀ ପାଖକୁ ଅଣାଯାଇ ବାଙ୍କୀ ପୁଲିସ, ବନବିଭାଗ ଓ ସ୍ଥାନୀୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଫୋନ ମାଧ୍ୟମରେ ଅବଗତ କରାଯାଇଥିଲା।

ସୂଚନା ଯୋଗ୍ୟ ଯେ, ୨ ସପ୍ତାହ ତଳେ ଏହି ଗ୍ରାମର ବାବୁଲି ନନ୍ଦଙ୍କ ଗାଈ ସେହି ସ୍ଥାନରେ ଚରୁଥିବା ଅବସ୍ଥାରେ ବୋମା ଫୁଟି ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭୁବନେଶ୍ୱର ଯାଇଥିଲା। ୩ଦିନ ତଳେ ଗାଈର ମୃତ୍ୟୁ ହୋଇଛି। ଆଜି ମଧ୍ୟ ଘଟଣାରେ ଗାଈଟି ଅଧିକ ଗୁରୁତର ହୋଇଥିବାରୁ ଗ୍ରାମବାସୀ ଉତ୍ୟକ୍ତ ହୋଇ ରାସ୍ତାରୋକ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ବାରହା ଉପଦ୍ରବ ବଢୁଥିବା ସମୟରେ କୌଣସି ଅସାମାଜିକ ବ୍ୟକ୍ତି ବାରହା ଶିକାର କରିବା ଉଦେଶ୍ୟରେ ଏହି ବୋମା ରଖିଥିବାର ଅଭିଯୋଗ ଆସିଛି। ଘଟଣା ସ୍ଥଳରେ ବାଙ୍କୀ ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ଗ୍ରାମବାସୀ ରାସ୍ତାରୁ ହଟିଛନ୍ତି। ଯଥାଶୀଘ୍ର ପୁଲିସ ଓ ବନ ବିଭାଗ ଘଟଣାର ତଦନ୍ତ କରି ଅପରାଧ କରୁଥିବା ବ୍ୟକ୍ତିକୁ ଧରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରାଯାଇଛି। ଅପରପକ୍ଷେ ଗୋପାଳକଙ୍କୁ ଗାଈର ଚିକିତ୍ସା ବ୍ୟବସ୍ଥା ଓ କ୍ଷତି ସହାୟତା ଯୋଗାଇ ଦେବାପାଇଁ ଅନୁରୋଧ କରାଯାଇଛି। ପ୍ରଭାବିତ ପରିବାରଙ୍କ ପକ୍ଷରୁ ଲକ୍ଷ୍ମୀଧର ବେହେରା ବାଙ୍କୀ ଥାନା ଭାରାପ୍ରାପ୍ତ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରି ସ୍ଥାନୀୟ ଶୁଖୁଆଖଳା ଗ୍ରାମର ଜନୈକ ବ୍ୟକ୍ତିଙ୍କର ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories