www.samajalive.in
Monday, December 15, 2025
16.1 C
Bhubaneswar

ନାବାର୍ଡ ପକ୍ଷରୁ ସ୍ୱଚ୍ଛତା ସାକ୍ଷରତା ଅଭିଯାନ

ପାଟଣା : ରାଷ୍ଟ୍ରୀୟ କୃଷି ଏବଂ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ(ନାବାର୍ଡ) ତରଫରୁ ଆର୍ଥିକ ବର୍ଷ ୨୦୨୧-୨୨ର ଦ୍ଵିତୀୟ ଦଫା ସ୍ବଚ୍ଛତା ଏବଂ ସାକ୍ଷରତା ଅଭିଯାନ ଘଟଗାଁ ବ୍ଲକର ବଡଜିଉଳି ଠାରେ ଅନୁଷ୍ଠିତ ହୋିଯାଇଛି । ନାବାର୍ଡର ନୋଡାଲ ଏଜେନ୍ସି ଏସ୍ ଜି ଫାଉଣ୍ଡେସନ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ନାବାର୍ଡର ଡିଡିଏମ ଦୀପ୍ତିକାନ୍ତ ମଲ୍ଲିକ ଉପସ୍ଥିତ ରହି ସ୍ବଚ୍ଛତା ଏବଂ ସାକ୍ଷରତା ଅଭିଯାନ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ ଏବଂ ସ୍ବଚ୍ଛତା ଓ ସାକ୍ଷରତାର ଭଲ ଗୁଣ ଗୁଡିକ ବିଷୟରେ ପୁଙ୍ଖାନୁପୁଙ୍ଖ ବୁଝାଇ ଥିଲେ। ଖୋଲା ପଡିଆରେ ଶୌଚ ଗଲେ ମାଟି, ପାଣି, ପବନ, କୃଷି କ୍ଷେତ୍ର ଓ ପରିବେଶ ଦୂଷିତ ହୋଇଥାଏ। ଏହାଦ୍ବାରା ରୋଗ, ମହାମାରୀ ବ୍ୟାପିଥାଏ, ଅକାଳରେ ଲୋକମାନେ ମୃତ୍ୟୁ ବରଣ କରିଥାନ୍ତି । ନୂତନ ପାଇଖାନା ନିର୍ମାଣ, ମରାମତି ଓ ସ୍ନାନାଗାର ନିର୍ମାଣ କରି ତାହାର ବ୍ୟବହାର ପାଇଁ ସରକାରଙ୍କ ତରଫରୁ ସହାୟତା ଯୋଗାଇ ଦେବା ପାଇଁ ବ୍ୟବସ୍ଥା ଅଛି । ଅଧିକ ଅର୍ଥ ଆବଶ୍ୟକ ହେଲେ ଏସ୍ ଏଚ୍ ଜି, ସିବିସି,ଆର ଆର ବି ଏନ୍ ଏଫ୍ ସି, ଠାରୁ ଅଳ୍ପ ସୁଧରେ ରୁଣ ନେଇ ପାଇଖାନା ଓ ସ୍ନାନାଗାର ନିର୍ମାଣ କରି ତାର ବ୍ୟବହାର କଲେ ରୋଗମୁକ୍ତ ହେବା ସହିତ ପରିବେଶ ମଧ୍ୟ ସ୍ବଚ୍ଛ ରହିବ। ଏହାଦ୍ବାରା ଆମେ ମାନେ ଜାତୀୟ ବିକାଶର ମୁଖ୍ୟ ଧାରାରେ ସାମିଲ ହେବା ସହିତ ରାଜ୍ୟ ଓ ଦେଶକୁ ପ୍ରଗତି ପଥରେ ଆଗେଇ ନେଇ ପାରିବା ବୋଲି ଅଭିଯାନରେ ମତ ପ୍ରକାଶ ପାଇଥିଲା।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories