www.samajalive.in
Monday, December 15, 2025
14.1 C
Bhubaneswar

କେନ୍ଦୁଝର ଜିଲା ସାହାରପଡା ବ୍ଲକ ୨୯ ନମ୍ବର ଜୋନ, ବିଜେଡିର ବୁଦ୍ଧଦେବ ମହାକୁଡ଼ ବିଜୟୀ

ପାଟଣା:କେନ୍ଦୁଝର ଜିଲା ସାହାରପଡା ବ୍ଲକ ୨୯ ନମ୍ବର ଜୋନ ରେ ଶନିବାର ସକାଳୁ ଗଣତି ଆରମ୍ଭ ହୋଇ ବିଳମ୍ବିତ ରାତ୍ରିରେ ସମ୍ପନ୍ନ ହୋଇଛି। ହସ୍ତ ଗତ ହୋଇଥିବା ତଥ୍ୟ ଅନୁଯାୟୀ ସାହାରପଡା ୨୯ ନମ୍ବର ଜୋନରେ ବିଜେଡି ର ବୁଦ୍ଧଦେବ ମହାକୁଡ଼ ୧୧୮୭୭ ଖଣ୍ଡ ଭୋଟ ପାଇ ବିଜୟୀ ଘୋଷିତ ହୋଇଛନ୍ତି। ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କୁ ୧୧୭୩୯ ଖଣ୍ଡ ଭୋଟ ମିଳିଛି। ଅଂଶୁମାନଙ୍କଠାରୁ ବିଜେଡିର ବୁଦ୍ଧଦେବ ମହାକୁଡ଼ ୧୩୮ ଖଣ୍ଡ ଭୋଟ ବ୍ୟବଧାନ ବିଜୟୀ ହୋଇଛନ୍ତି। ଏଠାରେ ସ୍ୱାଧୀନ ପ୍ରାର୍ଥୀ ଖଗେଶ୍ୱର ସେଠୀ ୪୩୨୬ ଖଣ୍ଡ ଭୋଟ ପାଇଛନ୍ତି। ଅନ୍ୟତମ ଆମ ଆଦମି ପାର୍ଟିର ଲଳିତ କୁମାର ମହାନ୍ତଙ୍କୁ ୬୯ ଖଣ୍ଡ ଓ କଂଗ୍ରେସ ର ଦିଗାମ୍ବର ମହାନ୍ତଙ୍କୁ ୪୧୨ ଖଣ୍ଡ ଭୋଟ ମିଳିଛି। ଏହି ଜୋନର ମୋଟ ୯୪୨ ଖଣ୍ଡ ଭୋଟ ନାକଚ ଯାଇଛି। ସୂଚନାଯୋଗ୍ୟ ଯେ ଆଜି ସକାଳୁ ଏହି ଜୋନରେ ବିଜେପି ପ୍ରାର୍ଥୀ ୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ଗୁଜବ ପ୍ରଚାରିତ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories