www.samajalive.in
Saturday, December 13, 2025
21.1 C
Bhubaneswar

ଆଖଣ୍ଡଳମଣିଙ୍କ ମହାଶିବରାତ୍ରୀ ପାଇଁ ପ୍ରସ୍ତୁତି, ରାତ୍ର ୧୧ଟାରେ ହେବ ୧୦୮କଳସ ଜଳଲାଗି

ଆରଡି : ବାବା ଆଖଣ୍ଡଳମଣିଙ୍କ ପବିତ୍ର ମହାଶିବରାତ୍ରି ପାଇଁ ପୀଠରେ ଏବେ ପ୍ରସ୍ତୁତି କାର୍ଯ୍ୟ ଚୂଡାନ୍ତ ପର୍ୟ୍ୟାୟରେ ପହଁଚିଛି। ଆଜି ମନ୍ଦିରରେ ଏକବାର ନୀତି ଅନୁଷ୍ଠିତ ହେବା ସହ ଆସନ୍ତା ମଙ୍ଗଳବାର ଜାଗର ନୀତିକାନ୍ତି ଅନୁଷ୍ଠିତ ହେବ। ଏକବାର ନୀତି ନିମନ୍ତେ ଭୋର ଦ୍ବାର ଫିଟା ଯିବା ପରେ ମଙ୍ଗଳଆଳତୀ, ମହାସ୍ନାନ, ଘର୍ଷଣଲାଗି ନୀତି ସମ୍ପନ୍ନ ହେବା ପରେ ମଣିବାବାଙ୍କୁ ନବବସ୍ତ୍ର, ଫୁଲ, ଚନ୍ଦନ ଲାଗି କରାଯାଇ ଦିଗମ୍ବର ବେଶରେ ସଜ୍ଜିତ କରାଯିବ। ପରେ ସମସ୍ତ ସକାଳ ନୀତିକାନ୍ତି ମଧ୍ୟାହ୍ନ ୨ଟା ସୁଧା ସରିବା ପରେ ଅପରାହ୍ଣରେ ମଣିବାବାଙ୍କ ଗର୍ଭଗୃହରେ ନୂଆ ଚାନ୍ଦୁଆ ଲାଗି କରାଯିବା ସହ ମନ୍ଦିରଚୂଡାରେ ନେତଲାଗି କରାଯିବ। ପରେ ବଡସିଂହାର ବେଶ,ଏକବାର ଅନ୍ନନୀତି ଭୋଗ, ସଂଧ୍ୟା ଆଳତୀ, ଷୋଡଶ ଉପଚାରପୂଜା ଆଦି ଅନୁଷ୍ଠିତ ହେବ।
:ଜାଗରନୀତିକାନ୍ତି:ତା_୦୧\୦୩\୨୦୨୨ରିଖ ମଙ୍ଗଳବାର
*_ଭୋର ୪ଟା ମଙ୍ଗଳବାର ଆଳତୀ।
*_ଭୋର ଘ.୪ଟା ୩୦ମି. କନିକାରାଜାଙ୍କର ପହିଲି ଘର୍ଷଣଲାଗି।
*_ସକାଳ ୫ଟା ପାଳିଆ ସେବାୟତ ପକ୍ଷରୁ ଖେଚୁଡି ଅନ୍ନନୀତି ଭୋଗ ଲାଗି।
*_ସକାଳ ୫ଟାରୁ ରାତ୍ର ୧୧ଟା ସର୍ବସାଧାରଣ ଦର୍ଶନ।
*_ସଂଧ୍ୟା ୬ଟା ପ୍ରଥମପ୍ରହର ଘର୍ଷଣଲାଗି, ଜଳାଭିଷେକ, ପଞ୍ଚ ଉପଚାର ପୂଜା।
*_ସଂଧ୍ୟା ୮ଟା ଦ୍ବିତୀୟ ପ୍ରହର ଘର୍ଷଣଲାଗି, ଜଳାଭିଷେକ, ମଧୁସ୍ନାନ, ପଞ୍ଚ ଉପଚାରପୂଜା।
*_ରାତ୍ର ୧୦ଟା ତୃତୀୟ ପ୍ରହର ଘର୍ଷଣଲାଗି, ଜଳାଭିଷେକ, ଦୁଗ୍ଧସ୍ନାନ, ପଞ୍ଚ ଉପଚାରପୂଜା।
*_ରାତ୍ର ୧୧ଟା ଚତୁର୍ଥପ୍ରହର ପୂଜା , ଘୃତସ୍ନାନ, ଘର୍ଷଣଲାଗି, ୧୦୮କଳସ ଜଳଲାଗି, ପଞ୍ଚ ଉପଚାର ପୂଜା।
*_ରାତ୍ର ୧୨ଟା ମଣିବାବାଙ୍କ ସୁନାବେଶ ଆରମ୍ଭ।
*_ରାତ୍ର ୧ଟା୩୦ମି. ସୁନାବେଶ ସମ୍ପନ୍ନ, ସର୍ବସାଧାରଣ ଦର୍ଶନ।
ରାତ୍ର ୨ଟା ମହାଦୀପ ପ୍ରସ୍ତୁତି
*_ରାତ୍ର ୩ଟା୧୫ମି. ମହାଦୀପ ଷୋଡଶ ଉପଚାରରେ ପୂଜାରେ ପ୍ରତିଷ୍ଠା, ଅଗ୍ନ ସଂଯୋଗ, ଯଜ୍ଞ।
*_ଭୋର ୪ଟା ମହାଦୀପ ବେଢା ପରିକ୍ରମା
*_ଭୋର ୪ଟା ୩୦ମି ରୁ ୫ଟା ମଧ୍ଯରେ ମହାଦୀପ ମନ୍ଦିରଚୂଡାରେ ସ୍ଥାପନ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories