www.samajalive.in
Monday, December 15, 2025
17.1 C
Bhubaneswar

ଦେଶ ସୁରକ୍ଷା ଚିନ୍ତା: ପଳାୟନ ମଧ୍ୟରେ ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ୍‌ ମଧ୍ୟରେ ଯୁଦ୍ଧ ଜାରି ରହିଛି। ରୁଷ୍‌ର ସେନା ଖାରକିଭ୍ ଓ ସୁମୀ ସମେତ ଅନେକ ପ୍ରମୁଖ ସହରରେ ପ୍ରବେଶ କରିଛନ୍ତି। ରୁଷ୍‌ ସେନା ୟୁକ୍ରେନର ରାଜଧାନୀ କିଭ୍‌ର ନିକଟତର ହୋଇଛି। ଅପରପକ୍ଷେ, ଯୁଦ୍ଧର ଭୟାବହତାକୁ ସାମ୍ନା କରୁଥିବା ୟୁକ୍ରେନ ଜନସାଧାରଣ ଦେଶ ଛାଡ଼ିବାରେ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ ଲକ୍ଷ ୟୁକ୍ରେନ ନାଗରିକ ଦେଶ ଛାଡ଼ି ପଳାୟନ କରିଛନ୍ତି।

ୟୁକ୍ରେନରୁ ସାଧାରଣ ନାଗରିକଙ୍କ ଦେଶ ଛାଡ଼ିବା ଖବର ମଧ୍ୟରେ ନିଜ ଦେଶର ସୁରକ୍ଷା ପାଇଁ ବିଦେଶରୁ ୟୁକ୍ରେନ ନାଗରିକମାନେ ସ୍ବଦେଶ ମଧ୍ୟ ଫେରୁଛନ୍ତି। ରାଷ୍ଟ୍ରପତି ଜେଲେନ୍‌ସ୍କି ରୁଷଠାରୁ ନିଜ ଦେଶକୁ ରକ୍ଷା କରିବାକୁ ସାଧାରଣ ନାଗରିକଙ୍କୁ ଆଗକୁ ଆସିବା ପାଇଁ ଅନୁରୋଧ କରିଥିଲେ। ଜେଲେନ୍‌ସ୍କିଙ୍କ ଏହି ଅନୁରୋଧ ଏବେ ଫଳପ୍ରଦ ହୋଇଥିବା ଦେଖିବାକୁ ମିଳିଛି। କିଭ୍‌ର ଏକ ଅଞ୍ଚଳରେ ବହୁସଂଖ୍ୟକ ସାଧାରଣ ନାଗରିକ ରୁଷ ବିରୁଦ୍ଧରେ ଲଢିବାକୁ ୟୁକ୍ରେନ ସେନାରେ ଭର୍ତ୍ତି ହେବା ପାଇଁ ପହଞ୍ଚିଛନ୍ତି। ୟୁକ୍ରେନର ପୂର୍ବତନ ପ୍ରବୀଣ ସୈନିକମାନେ ଦେଶ ରକ୍ଷା ପାଇଁ ପୁଣି ସେନାରେ ସାମିଲ ହେବାକୁ ପ୍ରସ୍ତୁତ। ଏଭଳି ବହୁ ସଂଖ୍ୟକ ନାଗରିକ ୟୁକ୍ରେନ ସେନାରେ ସାମିଲ ହେବା ପାଇଁ କିଭ୍‌ରେ ପହଞ୍ଚିଛନ୍ତି, ଯେଉଁମାନେ ଯୁଦ୍ଧ ମଧ୍ୟରେ ନିଜ ଦେଶର ସୁରକ୍ଷା ପାଇଁ ବିଦେଶରୁ ସ୍ବଦେଶ ଫେରିଛନ୍ତି। ରୁଷ ବିରୋଧରେ ୟୁକ୍ରେନର ସାଧାରଣ ନାଗରିକଙ୍କ ଏଭଳି ଆଭିମୁଖ୍ୟ ପୁଟିନଙ୍କ ଚିନ୍ତା ବଢାଉଛି।

- Advertisement -

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories