www.samajalive.in
Saturday, December 6, 2025
26.1 C
Bhubaneswar

ବାଙ୍କୀ ୩୪ନଂ ଓ ଡମପଡା ୩୭ନଂ ଜୋନରେ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ବିଜୟୀ

ବାଙ୍କୀ: ଆଜି ବାଙ୍କୀ ୩୪ ନଂ ଏବଂ ଡମପଡ଼ା ୩୭ ନଂ ଜୋନ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଉଭୟ ୩୪ ନଂ ଓ ୩୭ ନଂ ଜୋନରେ ବିଜେଡ଼ି ବିଜୟୀ ହୋଇଛି। ସେହିପରି ଏଠାରେ ବିଜୟୀ ହୋଇଥିବା ୧୬ ସରପଞ୍ଚ ଓ ୧୬ ସମିତି ସଭ୍ୟଙ୍କ ମଧ୍ୟରୁ ଅଧିକାଂଶ ବିଜେଡ଼ି ସମର୍ଥିତ ହୋଇଥିବା ଜଣାପଡ଼ିଛି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ଦିନର ଭୋଟ ଗଣତି ଫଳାଫଳ ଶନିବାର ଘୋଷଣା କରାଯାଇଛି। ଫେବୃୟାରୀ ୨୬ତାରିଖ ବାଙ୍କୀ ନିର୍ବାଚନ ମଣ୍ଡଳୀର ବାଙ୍କୀ ବ୍ଲକ ୩୪ନଂ ଜିଲା ପରିଷଦର ୭ଟି ପଞ୍ଚାୟତ ଏବଂ ଡମପଡା ୩୭ନଂ ଜୋନର ୯ଟି ପଞ୍ଚାୟତର ଭୋଟ ଗଣତି ପ୍ରକ୍ରୀୟା ଶେଷ ହୋଇଛି। ନିର୍ଦ୍ଧାରିତ ସକାଳ ୮ଘଟିକା ଠାରୁ ଡମପଡା ବ୍ଲକର ଭୋଟ ଗଣତି ସ୍ଥାନୀୟ ରାଣୀ ଶୁକଦେଈ ମହିଳା ମହାବିଦ୍ୟାଳୟ ଏବଂ ବାଙ୍କୀ ବ୍ଲକ ଭୋଟ ଗଣତି ପ୍ରକ୍ରୀୟା ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ମଧ୍ୟରେ ସଞ୍ଚାଳିତ ହୋଇଥିଲା। ୩୪ନଂ ଜିଲା ପରିଷଦ ଜୋନର ବିଜୁ ଜନତା ଦଳର ଜିଲା ପରିଷଦ ପ୍ରାର୍ଥୀ ଭାବରେ ରଶ୍ମିତା ସାହୁ ସର୍ବାଧିକ ୧୩ହଜାର ୨୪ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ସେହିପରି ଡମପଡା ବ୍ଲକ ୩୭ନଂ ଜିଲ୍ଲାପରିଷଦ ପ୍ରାର୍ଥୀ ଭାବରେ ବିଜୁ ଜନତା ଦଳର ପ୍ରାର୍ଥୀ ମୀନତି ମହାପାତ୍ର ସର୍ବାଧିକ ୧୭ହଜାର ୧୧୯ଖଣ୍ଡ ଭୋଟ ପାଇଁ ନିର୍ବାଚିତ ହୋଇଛନ୍ତି ବୋଲି ବାଙ୍କୀ ବ୍ଲକ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ବାଙ୍କୀ ବ୍ଲକ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ କଳାପଥର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ କମଳା ସ୍ୱାଇଁ, ସମିତିସଭ୍ୟ ଝରଣା ରଣା, ଜଗନ୍ନାଥପୁର ସରପଞ୍ଚ ପ୍ରଭୁ ପ୍ରସାଦ ବେହେରା, ସମିତିସଭ୍ୟ ପ୍ରସାନ୍ତ କୁମାର ମହାନ୍ତି, କେନ୍ଦୁପଲ୍ଲୀ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି, ସମିତିସଭ୍ୟ ପ୍ରେମାନନ୍ଦ ସାହୁ, କାଳିପୋଇ ସରପଞ୍ଚ ସୁବ୍ରତ କୁମାର ବେହେରା, ସମିତିସଭ୍ୟ ମନୋରମା ନାୟକ, ବଳଭଦ୍ରପୁର ସରପଞ୍ଚ ସନ୍ଧ୍ୟାରାଣୀ ସାହୁ, ସମିତିସଭ୍ୟ ପୁଷ୍ପଲତା ସାମନ୍ତ, ବୈଦେଶ୍ୱର ସରପଞ୍ଚ ସୁରଞ୍ଜନ ପଣ୍ଡା, ସମିତିସଭ୍ୟ ମହେଶ୍ୱର ମହାପାତ୍ର ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ନୂଆଗାଁ ପଞ୍ଚାୟତର ସରପଞ୍ଚ ମମତା ମହାପାତ୍ର ଏବଂ ସମିତିସଭ୍ୟ ବିଦିତ୍ୟ କୁମାର ସିଂ ଯଥାକ୍ରମେ ନିଦ୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି।
ସେହିପରି ଡମପଡା ବ୍ଲକ ୩୭ନଂ ଜୋନ ଅଧିନ ବିଲିପଡା ପଞ୍ଚାୟତର ସରପଞ୍ଚ ବିନ୍ଦୁଲତା ପରିଡା, ସମିତିସଭ୍ୟ ରେଣୁବାଳା ସ୍ୱାଇଁ,ଢଁସର ସରପଞ୍ଚ ପ୍ରତିମା ବେହେରା, ସମିତିସଭ୍ୟ ପିଙ୍କି ବେହେରା, ଦୁର୍ଗାପୁର ସରପଞ୍ଚ ଭାରତୀ ମହାପାତ୍ର, ସମିତିସଭ୍ୟ ଶ୍ରୀକାନ୍ତ କୁମାର ଦାସ,ଗୋପାଳପୁର ସରପଞ୍ଚ ଅବନ୍ତି ବେହେରା, ସମିତିସଭ୍ୟ ଦିବାକର ପଟ୍ଟନାୟକ, ହରିରାଜପୁର ସରପଞ୍ଚ ଅଦ୍ୱୈତ ବେଉରା, ସମିତିସଭ୍ୟ ପୁଷ୍ପଲତା ମହାନ୍ତି, ନରଗାଙ୍ଗ ସରପଞ୍ଚ ରେବତୀ ଜେନା, ସମିତିସଭ୍ୟ ପ୍ରଶାନ୍ତ କୁମାର ମତଗଜସିଂ, ରଗଡି ସରପଞ୍ଚ ବିଜୟଲକ୍ଷ୍ମୀ ମହାନ୍ତି,ସମିତିସଭ୍ୟ ଭାଗୀରଥି ପାଣି,ଶିମିଳିପୁର ସରପଞ୍ଚ ଶୁକାନ୍ତ ବେହେରା,ସମିତିସଭ୍ୟ ଝୁନୁ ନାୟକ, ତୂଳସୀପୁର ସରପଞ୍ଚ ଶରତ ପ୍ରଧାନ, ସମିତିସଭ୍ୟ ନାରାୟଣ ଜେନା ପ୍ରମୁଖ ଚଳିତ ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories